ଆଜି ବିଶ୍ବ ପରିବେଶ ଦିବସ, ଚଳିତ ବର୍ଷର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ

ଭୁବନେଶ୍ୱର : ଆଜି ବିଶ୍ବ ପରିବେଶ ଦିବସ । ଚଳିତ ବର୍ଷର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ । ପ୍ଲାଷ୍ଟିକ ବିଷ ବଳୟରେ ଅଣନିଃଶ୍ୱାସୀ ହେବାରେ ଲାଗିଛି ପୃଥିବୀ । ପରିବେଶ ସହ ସୃଷ୍ଟି କରୁଛି ସ୍ୱାସ୍ଥ୍ୟ ସଙ୍କଟ । ନିଜ ସୁବିଧା ପାଇଁ ବହୁଳ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଏବେ ବିଶ୍ୱ ପାଇଁ ପାଲଟି ସାରିଛି ମରଣଯନ୍ତା । ପୃଥିବୀର ଏମିତି କୌଣସି ସ୍ଥାନ ନାହିଁ ଯାହା ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ । ପ୍ଲାଷ୍ଟିକ […] The post ଆଜି ବିଶ୍ବ ପରିବେଶ ଦିବସ, ଚଳିତ ବର୍ଷର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ appeared first on KNews Odisha.

ଆଜି ବିଶ୍ବ ପରିବେଶ ଦିବସ, ଚଳିତ ବର୍ଷର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ
world 2

ଭୁବନେଶ୍ୱର : ଆଜି ବିଶ୍ବ ପରିବେଶ ଦିବସ । ଚଳିତ ବର୍ଷର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ । ପ୍ଲାଷ୍ଟିକ ବିଷ ବଳୟରେ ଅଣନିଃଶ୍ୱାସୀ ହେବାରେ ଲାଗିଛି ପୃଥିବୀ । ପରିବେଶ ସହ ସୃଷ୍ଟି କରୁଛି ସ୍ୱାସ୍ଥ୍ୟ ସଙ୍କଟ । ନିଜ ସୁବିଧା ପାଇଁ ବହୁଳ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଏବେ ବିଶ୍ୱ ପାଇଁ ପାଲଟି ସାରିଛି ମରଣଯନ୍ତା । ପୃଥିବୀର ଏମିତି କୌଣସି ସ୍ଥାନ ନାହିଁ ଯାହା ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ । ପ୍ଲାଷ୍ଟିକ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ସାମୁଦ୍ରିକ ଜୀବ ଓ ପରିବେଶ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କ୍ୟାନ୍ସର, ହରମୋନ ଅସନ୍ତୁଳନ, ପ୍ରଜନନ ସମସ୍ୟା ସୃଷ୍ଟି କରୁଛି ପ୍ଲାଷ୍ଟିକ।  ଟ୍ୟାପ, ପାଣି ବୋତଲ, କ୍ୟାନରେ ଥିବା ଡ୍ରିଙ୍କସ, ସାମୁଦ୍ରିକ ଖାଦ୍ୟ, ଫଳ, ପନିପରିବା ଏପରିକି କ୍ଷୀର ମଧ୍ୟ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ନୁହେଁ । ପ୍ଲାଷ୍ଟିକରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଖାଦ୍ୟ ଓ ପାଣି ମାଧ୍ୟମରେ ଶରୀରରେ ପ୍ରବେଶ କରୁଛି ।  ସେହିପରି ମାଇକ୍ରୋ ପ୍ଲାଷ୍ଟିକ ମଧ୍ୟ ପରିବେଶ ଓ ଜୀବଜଗତ ପାଇଁ ସମସ୍ୟା ପାଲଟିଛି । ପ୍ଲାଷ୍ଟିକକୁ ପୋଡି ନଷ୍ଟ କରିବାକୁ ହେଉଥିବା ଉଦ୍ୟମ ପରିବେଶ ପାଇଁ ବୁମେରାଂ ସାଜିଛି।  ପ୍ଲାଷ୍ଟିକ ଜଳିବା ଦ୍ୱାରା ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିବା ସହ ଫୁସଫୁସ ରୋଗ ସୃଷ୍ଟି କରୁଛି।

ପ୍ଲାଷ୍ଟିକ ଜୈବିକ ଭାବେ ବିଘଟିତ ହେଉନଥିବାରୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପ୍ରଦୂଷଣ ସୃଷ୍ଟି କରିଥାଏ । ସେହିପରି ପ୍ଲାଷ୍ଟିକ ବର୍ଜ୍ୟ ଯୋଗୁଁ ସମୁଦ୍ରରେ ହେଉଥିବା ପ୍ରଦୂଷଣ ସାମୁଦ୍ରିକ ଜୀବ ଓ ପରିବେଶକୁ ଧ୍ୱଂସ କରିବାରେ ଲାଗିଛି । ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ସାମୁଦ୍ରିକ ପ୍ରାଣୀଙ୍କର ପ୍ଲାଷ୍ଟିକ ଯୋଗୁଁ ମୃତ୍ୟୁ ହେଉଛି । ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଜାତିସଂଘ ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ପାଳୁଛି ।

 

 

ଆହୁରି ପଢ଼ନ୍ତୁ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଜ୍ଞାମାଳ ବିଜେ

The post ଆଜି ବିଶ୍ବ ପରିବେଶ ଦିବସ, ଚଳିତ ବର୍ଷର ଥିମ୍ ରହିଛି ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ appeared first on KNews Odisha.