ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ ଯାଏଁ ଦର୍ଶନ ବନ୍ଦ

ପୁରୀ ୨୭।୧୧ : ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଏହି ସ୍ବତନ୍ତ୍ର ନୀତି ବଢ଼ିବ । ଦତ୍ତମହାପାତ୍ର ସେବାୟତମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ। ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିବ। ଅପରାହ୍ଣ ୫ଟାରୁ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନକଲାଗି ନୀତି ସାରି ପାରି ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହ ବାହାରକୁ ଆସିବା ପରେ ମହାସ୍ନାନ ହୋଇ ପୁଣି ଦର୍ଶନ ସ୍ବାଭାବିକ ଚାଲିବ।