ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା
ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଆସି ସୁନ୍ଦରଗଡ଼ ସରକାରୀ କଲେଜ ନିକଟସ୍ଥ ଯତରା ପଡିଆରେ ପୂର୍ବାହ୍ନ ୧୧ଟା ୨୫ରେ ପହଞ୍ଚିବେ। ସେଠାରେ ଆୟୋଜିତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେଠାରୁ ଅପରାହ୍ନ ୧ଟା୩୦ମିନିଟ୍ରେ ବାହାରି ସର୍କିଟ […] The post ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା appeared first on Dharitri Odia News.
ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଆସି ସୁନ୍ଦରଗଡ଼ ସରକାରୀ କଲେଜ ନିକଟସ୍ଥ ଯତରା ପଡିଆରେ ପୂର୍ବାହ୍ନ ୧୧ଟା ୨୫ରେ ପହଞ୍ଚିବେ। ସେଠାରେ ଆୟୋଜିତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେଠାରୁ ଅପରାହ୍ନ ୧ଟା୩୦ମିନିଟ୍ରେ ବାହାରି ସର୍କିଟ ହାଉସଠାରେ ପହଞ୍ଚିବେ। ମଧ୍ୟାହ୍ନଭୋଜନ ପରେ ଜିଲା ସଂସ୍କୃତି ଭବନରେ ଅପରାହ୍ନ ୨ଟା୩୦ରେ ପହଞ୍ଚିବେ। ସେଠାରେ ଦଳୀୟ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରି ଅପରାହ୍ନରେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
The post ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା appeared first on Dharitri Odia News.