ଆଜି ରଙ୍ଗର ପର୍ବ ହୋଲି, ଫଗୁ ଅବିରରେ ସଭିଁଏ ହେବେ ରଙ୍ଗେଇ
ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ । ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ […] The post ଆଜି ରଙ୍ଗର ପର୍ବ ହୋଲି, ଫଗୁ ଅବିରରେ ସଭିଁଏ ହେବେ ରଙ୍ଗେଇ appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ । ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବେ। ସ୍ନେହ ଓ ପ୍ରେମ ଭାବରେ ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ୍ କରିବେ। ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ଖରାପ ଭାବିବନି ଆଜି ହୋଲି। କିଏ କାହାକୁ ମିଠା ଖୁଆଇବ ତ ଆଇ କିଏ କାହାକୁ ଆନନ୍ଦରେ ଅବିର ଲଗାଇ ହୋଲି ପର୍ବ ପାଳନ କରିବ।
ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ।
ଏଥର କିନ୍ତୁ ପୋଲିସ ରସାୟନିକ ରଙ୍ଗରେ ହୋଲି ଖୋଳିବାକୁ ବାରଣ କରିଛି। ଯଦି କୌଣସି ଦୋକାନୀ ରାସାୟନିକ ରଙ୍ଗ ବିକ୍ରିକରନ୍ତି ତେବେ ପୁଲିସ ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିସନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। କେବଳ ହର୍ବାଲ୍ ରଙ୍ଗରେ ହୋଲି ଖୋଳିବାକୁ ପୋଲିସ ଲୋକଙ୍କୁ ସଚେତନ କରିଛି। କାରଣ ରାସାୟନିକ ରଙ୍ଗ ଶରୀର ପ୍ରତିକ୍ଷତି କାରଣ ହୋଇଥିବାରୁ ପୁଲିସ ଏହାକୁ ବାରଣ କରିଛି। ଯେଉଁମାନେ ବିକ୍ରି କରିବେ ପୁଲିସର ଟିମ୍ ଚଢ଼ଉ କରି ରଙ୍ଗ ଜବତ କରିବେ ବୋଲି ଡିସିପି ସୂଚନା ଦେଇଛନ୍ତି । ଏପଟେ ରଙ୍ଗର ପର୍ବ ହୋଲିକୁ ନେଇ ଝୁମି ଆସିଲାଣି ପରିବେଶ। ରଙ୍ଗ ଓ ଫଗୁର ପସରାରେ ଭରି ଗଲାଣି ଦୋକାନବଜାର। ତେବେ ରାସାୟନିକ ରଙ୍ଗ ଅପେକ୍ଷା, ହର୍ବାଲ୍ କଲର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ।
The post ଆଜି ରଙ୍ଗର ପର୍ବ ହୋଲି, ଫଗୁ ଅବିରରେ ସଭିଁଏ ହେବେ ରଙ୍ଗେଇ appeared first on KNews Odisha.