‘ଆଜି ରାତି ସୁଦ୍ଧା ଭାର୍ଗବୀ ଓ ଦୟା ନଦୀରେ ପିକ୍ ପାର କରିବ ବନ୍ୟା ଜଳ’
ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଓ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଏଥିପାଇଁ ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।
ଆଜି ରାତି ସୁଦ୍ଧା ଭାର୍ଗବୀ ଓ ଦୟା ନଦୀରେ ବନ୍ୟା ଜଳ ପିକ୍ ପାର କରିବ। ଏହି ସମୟରେ ତଳିଆ ଅଞ୍ଚଳ କଣାସ ଓ ଧନୁଆରେ ପାଣି ପଶିପାରେ। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଗତକାଲି କଟକ ମୁଣ୍ଡୁଳିରେ ଜଳସ୍ତର ସ୍ଥିର ଥିଲା। ଆଜି ଭୋର ପ୍ରାୟ ୪ଟା ସମୟରେ ମୁଣ୍ଡୁଳିରେ ବନ୍ୟା ଜଳ ପ୍ରବେଶ କରିଥିଲା ଓ ପିକ୍ ବଢ଼ିଥିଲା। ଦିନ ୧୧ଟା ସୁଦ୍ଧା ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି। ଆଜି ରାତିସୁଦ୍ଧା ମୁଣ୍ଡୁଳିରେ ପିକ୍ କମିଯିବ। ଭାର୍ଗବୀ ଓ ଦୟା ନଦୀରେ ବନ୍ୟା ଜଳ ପ୍ରଭାବିତ ହେବ ଓ ପିକ୍ ବଢ଼ିଯିବ। ଏହି ସମୟରେ ତଳିଆ ଅଞ୍ଚଳ କଣାସ, ଧନୁଆରେ ପାଣି ପଶିପାରେ। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଧିକାରୀ ମଧ୍ୟ ସଜାଗ ଅଛନ୍ତି।
ଏତ୍ବ୍ୟତିତ ଆଜି ସକାଳେ ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲିଛି। ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଦିନ ୧୧ଟା ସୁଦ୍ଧା ହୀରାକୁଦରେ ୨ଲକ୍ଷ ୬୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ୨ଲକ୍ଷ୫୦ହଜାର କ୍ୟୁସେକ ନିଷ୍କାସନ ହେଉଛି। ସେହିପରି ଖଇରମାଳରେ ୩ଲକ୍ଷ କ୍ୟୁସେକ ପ୍ରଭାବିତ ହେଉଛି। ଖଇରମାଳରେ ମଧ୍ୟ ମଧ୍ୟ ପିକ୍ କମିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି।
ସେହିପରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଓ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଏଥିପାଇଁ ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।
ଅନ୍ୟପକ୍ଷରେ ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସେହିପରି ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳରେ ପଶିଛି। ଓରବରସିଂହ, ନରଣଗଡ, ଶରଧାପୁର ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶିଛି । ଫଳରେ ଚାଷ ଜମି ବୁଡିବା ସହିତ ଗାଁରେ ମଧ୍ୟ ପାଣି ପଶିଛି।