ଆଜି ଲିଜେଣ୍ଡ୍ସ ଲିଗ୍ ଫାଇନାଲ : ଟାଇଟଲ୍ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ୍
ଶ୍ରୀନଗର : ଚଳିତ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି) ୩ୟ ସଂସ୍କରଣ ଫାଇନାଲ ମୁକାବିଲା ବୁଧବାର କୋଣାର୍କ ସୂର୍ଯ୍ୟାସ ଓ ସଦର୍ଣ୍ଣ ସୁପର୍ ଷ୍ଟାର୍ସ ମଧ୍ୟରେ ଖେଳାଯିବ। ଓଡ଼ିଶା ଭିତ୍ତିକ ଦଳ କୋଣାର୍କ ସୂର୍ଯ୍ୟାସ ଚଳିତ ସଂସ୍କରଣରେ ଏଲ୍ଏଲ୍ସିରେ ପଦାର୍ପଣ କରି ଫାଇନାଲରେ ପ୍ରବେଶ କରିବା ସହ ଟାଇଟଲ୍ ଜିତିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଲିଗ୍ ଟପ୍ପର କେଦାର ଯାଦବଙ୍କ ନେତୃତ୍ୱାଧୀନ ସୁପର୍ ଷ୍ଟାର୍ସ ମଧ୍ୟ ଫର୍ମ ଦୃଷ୍ଟିରୁ ଟ୍ରଫି ଜିତିବା ଲାଗି ଦାବିଦାର ରହିଛି। ରାତି […]

ଶ୍ରୀନଗର : ଚଳିତ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି) ୩ୟ ସଂସ୍କରଣ ଫାଇନାଲ ମୁକାବିଲା ବୁଧବାର କୋଣାର୍କ ସୂର୍ଯ୍ୟାସ ଓ ସଦର୍ଣ୍ଣ ସୁପର୍ ଷ୍ଟାର୍ସ ମଧ୍ୟରେ ଖେଳାଯିବ। ଓଡ଼ିଶା ଭିତ୍ତିକ ଦଳ କୋଣାର୍କ ସୂର୍ଯ୍ୟାସ ଚଳିତ ସଂସ୍କରଣରେ ଏଲ୍ଏଲ୍ସିରେ ପଦାର୍ପଣ କରି ଫାଇନାଲରେ ପ୍ରବେଶ କରିବା ସହ ଟାଇଟଲ୍ ଜିତିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଲିଗ୍ ଟପ୍ପର କେଦାର ଯାଦବଙ୍କ ନେତୃତ୍ୱାଧୀନ ସୁପର୍ ଷ୍ଟାର୍ସ ମଧ୍ୟ ଫର୍ମ ଦୃଷ୍ଟିରୁ ଟ୍ରଫି ଜିତିବା ଲାଗି ଦାବିଦାର ରହିଛି। ରାତି ୭ଟାରେ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ପ୍ରାକ୍ତନ ଅଲ୍ରାଉଣ୍ଡର ଇର୍ଫାନ ପଠାନଙ୍କ ନେତୃତ୍ୱରେ ଖେଳୁଥିବା କୋଣାର୍କ ସୂର୍ଯ୍ୟାସ ଲିଗ୍ ପର୍ଯ୍ୟାୟରେ ମିଶ୍ରିତ ପ୍ରଦର୍ଶନ କରିଥିଲା। ଦଳ ୭ ମ୍ୟାଚରୁ ୩ ବିଜୟ ଏବଂ ୨ଟି ଲେଖାଏ ପରାଜୟ ଓ ବାତିଲ ସହ ୮ ପଏଣ୍ଟ ପାଇ ଉନ୍ନତ ରନରେଟ୍ ଆଧାରରେ ୨ୟ ସ୍ଥାନରେ ରହି କ୍ୱାଲିଫାୟର-୧ରେ ପ୍ରବେଶ କରିଥିଲା। କ୍ୱାଲିଫାୟର-୧ରେ କୋଣାର୍କ ଦଳ ଟେବଲ୍ ଟପ୍ପର ସଦର୍ଣ୍ଣ ସୁପର୍ ଷ୍ଟାର୍ସକୁ ଭେଟିଥିଲା। ଶନିବାର ଖେଳାଯାଇଥିବା ଏହି ମ୍ୟାଚକୁ ୭ ୱିକେଟ୍ରେ ଜିତି ସୁପର ଷ୍ଟାର୍ସ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା।
ଅପରପକ୍ଷରେ ସୂର୍ଯ୍ୟାସ ଦଳ ସୋମବାର କ୍ୱାଲିଫାୟର-୨ ଖେଳିଥିଲା। ଯେଉଁଥିରେ କୋଣାର୍କ ଦଳ ରୋମାଞ୍ଚକ ଭାବେ ୧ ରନରେ ତୋୟାମ ହାଇଦରାବାଦକୁ ହରାଇ ଫାଇନାଲ ଟିକଟ୍ ହାସଲ କରିଥିଲା। କୋଣାର୍କ ଦଳରେ ଅଧିନାୟକ ଇର୍ଫାନଙ୍କ ସମେତ ତାଙ୍କ ଭାଇ ୟୁସୁଫ୍ ଫଠାନ, ରିଚାର୍ଡ ଲେଭି, କେଭିନ ଓ’ବ୍ରାଇନ, ବିନୟ କୁମାର, ଶାହବାଜ ନଦୀମଙ୍କ ପରି ଦକ୍ଷ ଭେଟେରାନ ଖେଳାଳି ରହିଛନ୍ତି। ସେହିଭଳି ମାର୍ଟିନ ଗପ୍ଟିଲ, କେଦାର, ଦୀନେଶ କାର୍ତ୍ତିକ, ହାମିଲଟନ ମାସାକାଜା ପ୍ରମୁଖ ଖେଳାଳି ସୂର୍ଯ୍ୟାସକୁ ଫାଇନାଲରେ କଡ଼ା ଟକ୍କର ଦେବା ଲକ୍ଷ୍ୟରେ ରହିଛନ୍ତି। ଲିଗ୍ ପର୍ଯ୍ୟାୟରେ ୮ ୱିକେଟ୍ରେ ଓ ପ୍ଲେ-ଅଫ୍ରେ ୭ ୱିକେଟ୍ରେ ସୂର୍ଯ୍ୟାସକୁ ପରାସ୍ତ କରିଥିବାରୁ ସଦର୍ଣ୍ଣ ସୁପର୍ ଷ୍ଟାର୍ସର ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି।
କୋଣାର୍କ ସୂର୍ଯ୍ୟାସ
ଇର୍ଫାନ ପଠାନ (ଅଧିନାୟକ), ରିଚାର୍ଡ ଲେଭି (ୱିକେଟ୍କିପର), ଦିଲସାନ ମୁନୱିରା, କେଭିନ ଓ’ବ୍ରାଇନ, ନବୀନ ଷ୍ଟିୱାର୍ଟ, ୟୁସୁଫ ପଠାନ, ବିନୟ କୁମାର, ଶାହବାଜ୍ ନଦୀମ, ଦିୱେଶ ପଠାନିଆ, ନଟରାଜ ବେହେରା, କେଭିନ କୁପର, ଫିଡେଲ ଏଡ୍ୱାର୍ଡ୍ସ, ରସ୍ ଟେଲର, ପ୍ରବୀଣ ତାମ୍ବେ, ଅମ୍ବାତି ରାୟୁଡୁ, ରାଜେଶ ବିଷ୍ଣୋଇ।
ସଦର୍ଣ୍ଣ ସୁପର୍ ଷ୍ଟାର୍ସ
ମାର୍ଟିନ ଗପ୍ଟିଲ, ଶ୍ରୀବତ୍ସ ଗୋସ୍ୱାମୀ, ହାମିଲଟନ ମାସାକାଜା, ପବନ ନେଗୀ, ଚିରାଗ ଗାନ୍ଧୀ, କେଦାର ଯାଦବ (ଅଧିନାୟକ), ଏଲଟନ୍ ଚିଗୁମ୍ବୁରା, ଜେସାଲ କାରିଆ, ଚତୁରଙ୍ଗା ଡି ସିଲ୍ଭା, ସୁବୋଧ ଭଟ୍ଟି, ହମିଦ ହାସାନ, ଅବଦୁର ରଜାକ, ପାର୍ଥୀବ ପଟେଲ, ଦୀନେଶ କାର୍ତ୍ତିକ, ସୁରଙ୍ଗ ଲାକମଲ, ଜୀବନ ମେଣ୍ଡିସ, ରବିନ ବିସ୍ତ, ମୋନୁ କୁମାର।