ଆଜି ଲୋକସଭାରେ ଶପଥ ନେବେ ୧୯ ଓଡ଼ିଆ ସାଂସଦ, ଗତକାଲି ଶପଥ ନେଇଥିଲେ ଧର୍ମେନ୍ଦ୍ର ଓ ଜୁଏଲ ଓରାମ

ଭୁବନେଶ୍ୱର (କେନ୍ୟୁଜ): ଆଜି ଲୋକସଭାରେ ଶପଥ ନେବେ ୧୯ ଓଡ଼ିଆ ସାଂସଦ। ୧୮ ବିଜେପି ଓ ଜଣେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଶପଥ ନେବେ। ଆଜି ଶପଥ ନେବାକୁ ଥିବା ଓଡ଼ିଆ ସାଂସଦଙ୍କ ମଧ୍ୟରୁ ୯ ଜଣ ପ୍ରଥମ ଥର ସାଂସଦ ହୋଇଛନ୍ତି। ସେମାନେ ହେଲେ ଭଦ୍ରକରୁ ଅଭିମନ୍ୟୁ ସେଠୀ, ଅସିକାରୁ ଅନିତା ଶୁଭଦର୍ଶିନୀ, ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା, ପୁରୀରୁ ସମ୍ବିତ ପାତ୍ର, ମୟୂରଭଞ୍ଜରୁ ନବଚରଣ ମାଝୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ବରଗଡ଼ରୁ ପ୍ରଦୀପ […] The post ଆଜି ଲୋକସଭାରେ ଶପଥ ନେବେ ୧୯ ଓଡ଼ିଆ ସାଂସଦ, ଗତକାଲି ଶପଥ ନେଇଥିଲେ ଧର୍ମେନ୍ଦ୍ର ଓ ଜୁଏଲ ଓରାମ appeared first on KNews Odisha.

ଆଜି ଲୋକସଭାରେ ଶପଥ ନେବେ ୧୯ ଓଡ଼ିଆ ସାଂସଦ, ଗତକାଲି ଶପଥ ନେଇଥିଲେ ଧର୍ମେନ୍ଦ୍ର ଓ ଜୁଏଲ ଓରାମ
otha 3

ଭୁବନେଶ୍ୱର (କେନ୍ୟୁଜ): ଆଜି ଲୋକସଭାରେ ଶପଥ ନେବେ ୧୯ ଓଡ଼ିଆ ସାଂସଦ। ୧୮ ବିଜେପି ଓ ଜଣେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଶପଥ ନେବେ। ଆଜି ଶପଥ ନେବାକୁ ଥିବା ଓଡ଼ିଆ ସାଂସଦଙ୍କ ମଧ୍ୟରୁ ୯ ଜଣ ପ୍ରଥମ ଥର ସାଂସଦ ହୋଇଛନ୍ତି। ସେମାନେ ହେଲେ ଭଦ୍ରକରୁ ଅଭିମନ୍ୟୁ ସେଠୀ, ଅସିକାରୁ ଅନିତା ଶୁଭଦର୍ଶିନୀ, ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା, ପୁରୀରୁ ସମ୍ବିତ ପାତ୍ର, ମୟୂରଭଞ୍ଜରୁ ନବଚରଣ ମାଝୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ବରଗଡ଼ରୁ ପ୍ରଦୀପ ପୁରୋହିତ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ ଓ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରଥମ ଥର ସାଂସଦ ହୋଇଛନ୍ତି। ରୁଦ୍ରନାରାୟଣ ପାଣି ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ। ସେ ପ୍ରଥମ ଥର ଲୋକସଭା ସାଂସଦ ଭାବେ ଶପଥ ନେବେ।

ସୂଚନା ଅନୁସାରେ ଗତ କାଲି ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ନେଇଥିଲେ। ନବନିର୍ବାଚିତ ସାଂସଦମାନଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷାରେ ଶପଥ ନେଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଏବଂ ଶ୍ରୀ ଓରାମ ସୁନ୍ଦରଗଡ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ଅଷ୍ଟାଦଶ ଲୋକସଭାରେ ୨ ଦିନ ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ପାଇଁ ତାରିଖ ଧ‌ାର୍ଯ୍ୟ ହୋଇଛି।

The post ଆଜି ଲୋକସଭାରେ ଶପଥ ନେବେ ୧୯ ଓଡ଼ିଆ ସାଂସଦ, ଗତକାଲି ଶପଥ ନେଇଥିଲେ ଧର୍ମେନ୍ଦ୍ର ଓ ଜୁଏଲ ଓରାମ appeared first on KNews Odisha.