ଆଜି ଶଙ୍ଖ ଭବନରେ ରାଜ୍ୟ କର୍ମକର୍ତ୍ତାଙ୍କୁ ନେଇ ହେବ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆଜି ଶଙ୍ଖ ଭବନରେ ବସିବ ରାଜ୍ୟ କର୍ମକର୍ତ୍ତା ବୈଠକ । ନୂଆ କମିଟି ଗଠନ ପରେ... The post ଆଜି ଶଙ୍ଖ ଭବନରେ ରାଜ୍ୟ କର୍ମକର୍ତ୍ତାଙ୍କୁ ନେଇ ହେବ ଆଲୋଚନା appeared first on .

ଆଜି ଶଙ୍ଖ ଭବନରେ ରାଜ୍ୟ କର୍ମକର୍ତ୍ତାଙ୍କୁ ନେଇ ହେବ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆଜି ଶଙ୍ଖ ଭବନରେ ବସିବ ରାଜ୍ୟ କର୍ମକର୍ତ୍ତା ବୈଠକ । ନୂଆ କମିଟି ଗଠନ ପରେ ବିଜେଡି ଡାକିଛି ବୈଠକ। ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥିରେ ସମସ୍ତ କମିଟି ସଦସ୍ୟଙ୍କ ସହ ୨୦୨୪ ନିର୍ବାଚନର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ। ନବୀନଙ୍କୁ ସ୍ବାଗତ କରିବାକୁ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ।

ସରକାରଙ୍କ ବିଫଳତା ସମ୍ପର୍କରେ ଦଳୀୟ କର୍ମୀ ଓ ନେତାଙ୍କୁ ସଚେତନ କରାଇବେ ନବୀନ। ବିଜେପି ସରକାରର ଏହି ଏକ ବର୍ଷ ବିଫଳତାର ବର୍ଷ ବୋଲି ଅଭିଯୋଗ କରିଛି ବିଜେଡି। ଭତ୍ତା ବିଫଳତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅନାହାର ମୃତ୍ୟୁ, ପୋଲାଭରମ, ମହାନଦୀ, ଓବିସି ସଂରକ୍ଷଣ, ମଦ ମୃତ୍ୟୁ, ବାଟବଣା ତଦନ୍ତ ରିପୋର୍ଟ ଭଳି ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରିବାକୁ ନବୀନ ଦେବେ ଗୁରୁମନ୍ତ୍ର । ସେହିପରି ବିଜେପି ସରକାର କହୁଛି, ରାଜ୍ୟରେ ଦୁର୍ନୀତି ହେଉନି । ହେଲେ ଜଣେ ଆଇଏଏସ୍ ଅଫିସରଙ୍କ ଘରୁ ଜବତ ହେଉଛି ୪୭ ଲକ୍ଷ ଟଙ୍କା। କିପରି ରାଜ୍ୟ ସଚିବାଳୟ ଦୁର୍ନୀତିର ଉତ୍ସ ପାଲଟିଛି, ତାହା ଉପରେ ଆଲୋଚନା କରାଯିବ। ବିଜେପି ସରକାର ଯେଉଁ ବର୍ଷ ପୂର୍ତ୍ତିର ସଫଳତା ନେଇ ଡିଣ୍ଡିମ ପିଟି ଉତ୍ସବ କରିବାକୁ ଯାଉଛନ୍ତି, ତାହାକୁ ବିଫଳତାର ବର୍ଷ ଭାବେ ପର୍ଦ୍ଦାଫାଶ କରିବ ବିଜେଡି।

The post ଆଜି ଶଙ୍ଖ ଭବନରେ ରାଜ୍ୟ କର୍ମକର୍ତ୍ତାଙ୍କୁ ନେଇ ହେବ ଆଲୋଚନା appeared first on .