ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏହା ସନରାଇଜର୍ସଙ୍କ ଅଷ୍ଟମ ମ୍ୟାଚ ହୋଇଥିବାବେଳେ ଏହା ରୟାଲ ଚ୍ୟାଲେଞ୍ଜର୍ସର ୯ମ ମ୍ୟାଚ ଥିଲା। ଲଗାତାର ଅନେକ ପରାଜୟର ସମ୍ମୁଖୀନ ହେବା ପରେ ବେଙ୍ଗାଲୁରୁ ଏହି ମ୍ୟାଚରେ ବିଜୟ ଲାଭ କରିଥିଲା। ଏହି ବିଜୟ ପରେ ବେଙ୍ଗାଲୁରୁ ଅଧିନାୟକ ଫାଫ ଡୁ ପ୍ଲେସିସ କହିଛନ୍ତି, […] The post ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ appeared first on Dharitri Odia News.

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏହା ସନରାଇଜର୍ସଙ୍କ ଅଷ୍ଟମ ମ୍ୟାଚ ହୋଇଥିବାବେଳେ ଏହା ରୟାଲ ଚ୍ୟାଲେଞ୍ଜର୍ସର ୯ମ ମ୍ୟାଚ ଥିଲା। ଲଗାତାର ଅନେକ ପରାଜୟର ସମ୍ମୁଖୀନ ହେବା ପରେ ବେଙ୍ଗାଲୁରୁ ଏହି ମ୍ୟାଚରେ ବିଜୟ ଲାଭ କରିଥିଲା। ଏହି ବିଜୟ ପରେ ବେଙ୍ଗାଲୁରୁ ଅଧିନାୟକ ଫାଫ ଡୁ ପ୍ଲେସିସ କହିଛନ୍ତି, ସେ ଆଜି ରାତିରେ ଶାନ୍ତିରେ ଶୋଇବେ।
ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ୩୫ରନ ବିଜୟ ପରେ ଡୁ ପ୍ଲେସିସ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,ଶେଷ ଦୁଇଟି ମ୍ୟାଚ ରେ ଆମେ ଭଲ ସଂଗ୍ରାମ କରିଛୁ। ହାଇଦ୍ରାବାଦ ୨୭୦ରୁ ଅଧିକ ରନ ସଂଗ୍ରହ କରିଛି, ଆମେ ୨୬୦ ରନ ସ୍କୋର କରିଥିଲୁ। କୋଲକାତା ବିପକ୍ଷରେ ଆମେ ମାତ୍ର ୧ ରନ ହାରିଥିଲୁ। କିନ୍ତୁ ବିଜୟ ହାସଲ ଜରୁରୀ ଅଟେ ଯାହା ଦ୍ୱାରା ଆଜି ରାତିରେ ଦଳ ଭଲ ନିଦ ପାଇପାରିବ। ଆଇପିଏଲର ପ୍ରତ୍ୟେକ ଦଳ ବହୁତ ଶକ୍ତିଶାଳୀ। ଯଦି ଆପଣ ୧୧୦୦% ନ ଦିଅନ୍ତି ତେବେ ଆପଣଙ୍କୁ ପରାଜୟର ସାମ୍ନା କରିବାକୁ ପଡିବ।

The post ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ appeared first on Dharitri Odia News.