ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌

ଭୁବନେଶ୍ୱର,୬।୮: ଦୀର୍ଘ ୬୬ ଦିନର ସଫଳ କାରବାର ଓ ଉତ୍ସାହଜନକ ଭିଡ ପରେ ମଧ୍ୟ ନ୍ୟୁ ରାଜସ୍ଥାନ କଟନ ଫାବ ପ୍ରଦର୍ଶନୀ ଆଜି (ମଙ୍ଗଳବାର) ଶେଷ ହେବାକୁ ଯାଉଛି ବୋଲି ମେଳାର ଆୟୋଜକ ହରିୟାଣାର କାମଧେନୁ ଖଦୀ ଉଲ ପାନିପଥ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ନ୍ୟୁ ରାଜସ୍ଥାନ କଟନ ଫାବ-୨୦୨୪ ପ୍ରଦର୍ଶନୀ’ର କାରବାର ବେଶ୍‌ ଉତ୍ସାହଜନକ ରହିଥିଲା। ଏପରିକି ୨୦୨୪ ଜୁନ ୧ରୁ ଆରମ୍ଭ […] The post ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌ appeared first on Dharitri Odia News.

ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌

ଭୁବନେଶ୍ୱର,୬।୮: ଦୀର୍ଘ ୬୬ ଦିନର ସଫଳ କାରବାର ଓ ଉତ୍ସାହଜନକ ଭିଡ ପରେ ମଧ୍ୟ ନ୍ୟୁ ରାଜସ୍ଥାନ କଟନ ଫାବ ପ୍ରଦର୍ଶନୀ ଆଜି (ମଙ୍ଗଳବାର) ଶେଷ ହେବାକୁ ଯାଉଛି ବୋଲି ମେଳାର ଆୟୋଜକ ହରିୟାଣାର କାମଧେନୁ ଖଦୀ ଉଲ ପାନିପଥ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ନ୍ୟୁ ରାଜସ୍ଥାନ କଟନ ଫାବ-୨୦୨୪ ପ୍ରଦର୍ଶନୀ’ର କାରବାର ବେଶ୍‌ ଉତ୍ସାହଜନକ ରହିଥିଲା। ଏପରିକି ୨୦୨୪ ଜୁନ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଏହାରି ମଧ୍ୟର ୬୬ଦିନ ଅତିକ୍ରମ କରିସାରିଥିବାବେଳେ ମେଳାର ଉତ୍ସାହକୁ ଦେଖି ଆୟୋଜକ ମେଳାର ଅବଧିକୁ ମଧ୍ୟ ନିକଟରେ ବୃଦ୍ଧି କରିଥିଲେ। ବିଶେଷ କରି ପ୍ରତିଦିନ ସଂଧ୍ୟାରେ ସ୍ମାର୍ଟସିଟି ଭୁବନେଶ୍ୱରବାସୀ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ ଫାବ-୨୦୨୪ ପ୍ରଦର୍ଶନୀରେ ଭିଡ ଜମାଉଛନ୍ତି। ସେହିଭଳି ଏହି ପ୍ରଦର୍ଶନୀ’ରେ ଓଡିଶାର ବୟନିକା ସମେତ ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ନାଟକ, ତେଲଙ୍ଗାନା, ଆସାମ, ପୁଡୁଚେରୀ ଏବଂ ଜମ୍ମୁ ଆଣ୍ଡ କଶ୍ମୀର ଭଳି ରାଜ୍ୟର ହାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ବ୍ୟବସାୟୀମାନେ ମୋଟ ୬୦ଟି ଷ୍ଟଲ ଜରିଆରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରୁଥିବା କାମଧେନୁ ଖଦି ଉଲ ପାନିପଥର ସମ୍ପାଦକ ରାଜେନ୍ଦ୍ର ଚୌଧୁରୀ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।

The post ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌ appeared first on Dharitri Odia News.