ଆଜିଠାରୁ ଆରମ୍ଭ ହେଲା ନିଟ ଆଡ଼ମିସନ
ଭୁବନେଶ୍ୱର : ବହୁ ବିବାଦ ପରେ ଆଜିଠୁ ସ୍ୱାଭାବିକ ଭାବେ ଆରମ୍ଭ ହେବ ନିଟ ଛାତ୍ର ଛାତ୍ରୀଙ୍କ ଆଡ଼ମିଶନ ପ୍ରକ୍ରିୟା। ନିଟ ଜେଇରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାକୁ ଆଗ୍ରହୀ ଥିବା ପିଲାମାନଙ୍କର ଆଜିଠୁ ଆରମ୍ଭ ହେଉଛି ଆଡ଼ମିଶନ। ଓଜେଇଇ ଅଫିସରେ ଦିନ ୧୧ରୁ ଆରମ୍ଭ ହେବ। ୨୯ ତାରିଖ ଅର୍ଥାତ ଆଜିଠୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ନିଜର ସମସ୍ତ ସାର୍ଟିଫିକେଟ ଦାଖଲ କରିବା ସହ, ସିଟ ପାଇଁ ଆବେଦନ […]

ଭୁବନେଶ୍ୱର : ବହୁ ବିବାଦ ପରେ ଆଜିଠୁ ସ୍ୱାଭାବିକ ଭାବେ ଆରମ୍ଭ ହେବ ନିଟ ଛାତ୍ର ଛାତ୍ରୀଙ୍କ ଆଡ଼ମିଶନ ପ୍ରକ୍ରିୟା। ନିଟ ଜେଇରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାକୁ ଆଗ୍ରହୀ ଥିବା ପିଲାମାନଙ୍କର ଆଜିଠୁ ଆରମ୍ଭ ହେଉଛି ଆଡ଼ମିଶନ। ଓଜେଇଇ ଅଫିସରେ ଦିନ ୧୧ରୁ ଆରମ୍ଭ ହେବ। ୨୯ ତାରିଖ ଅର୍ଥାତ ଆଜିଠୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ନିଜର ସମସ୍ତ ସାର୍ଟିଫିକେଟ ଦାଖଲ କରିବା ସହ, ସିଟ ପାଇଁ ଆବେଦନ ପ୍ରକ୍ରିୟା ସରିବ। ପ୍ରୋଭିଜିନାଲ ଆଡ଼ମିଶନ ହେବ।
ଏହା ଟେମ୍ପରାରିଲି ଆଡ଼ମିଶନ ହିସାବରେ ଗ୍ରହଣ କରାଯିବ। ପୂର୍ବରୁ ଅନ ଲାଇନ ଭେରୀଫିକେସନ ରହିଛି, ଆଜି ଫିଜିକାଲି ଭାବେ CLC ସାର୍ଟିଫିକେଟ ସହ ଆଡ଼ମିଶନ ଟଙ୍କା ପୈଠ କରିବେ। ଆଜି ପ୍ରଥମ ଦିନରେ କଟକ ଏସସିସବି ମେଡ଼ିକାଲ କଲେଜ ଓ ହାଇଟେକ ମେଡ଼ିକାଲ କଲେଜରେ ଆଡ଼ମିଶନ ପାଇଁ ଆଲର୍ଟମେଂଟ କରାଯାଇଥିବା ସୂଚନା ଦେଇଛନ୍ତି ଓଜେଇଇ ଅଧକ୍ଷ ପ୍ରଫେସର ଡି ପି ଶତପଥୀ।