ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର
ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍ ଲିମିଟେଡ (ଜିସିଏମ୍ଏମ୍ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍ ‘ଅମୂଲ’ର ନୂତନ ଉତ୍ପାଦ ସମ୍ଭାର ସୋମବାରଠାରୁ ରାଉରକେଲା ବଜାରରେ ଉପଲବ୍ଧ ହେବ। ଏପରିକି ରାଉରକେଲା ବଜାରରେ ବ୍ରାଣ୍ଡ୍ର ଅମୂଲ ଗୋଲ୍ଡ, ଅମୂଲ ଶକ୍ତି, ଅମୂଲ ତାଜା ଏବଂ ଅମୂଲ ଗାଈ କ୍ଷୀର ସହିତ ଅମୂଲ ମସ୍ତି ଦହି ପାଉଚ୍ ଏବଂ କପ୍ ସମେତ ମିଠା ଲସି ଓ ପ୍ରୋବାୟୋଟିକ ମସଲା ତଡକା, ଘୋଳ ଦହି […] The post ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର appeared first on Dharitri Odia News.
ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍ ଲିମିଟେଡ (ଜିସିଏମ୍ଏମ୍ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍ ‘ଅମୂଲ’ର ନୂତନ ଉତ୍ପାଦ ସମ୍ଭାର ସୋମବାରଠାରୁ ରାଉରକେଲା ବଜାରରେ ଉପଲବ୍ଧ ହେବ। ଏପରିକି ରାଉରକେଲା ବଜାରରେ ବ୍ରାଣ୍ଡ୍ର ଅମୂଲ ଗୋଲ୍ଡ, ଅମୂଲ ଶକ୍ତି, ଅମୂଲ ତାଜା ଏବଂ ଅମୂଲ ଗାଈ କ୍ଷୀର ସହିତ ଅମୂଲ ମସ୍ତି ଦହି ପାଉଚ୍ ଏବଂ କପ୍ ସମେତ ମିଠା ଲସି ଓ ପ୍ରୋବାୟୋଟିକ ମସଲା ତଡକା, ଘୋଳ ଦହି ଆଦି ଉପଲବ୍ଧ।
ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ ୧୭ରୁ ରାଉରକେଲା ବଜାରରେ ଅମୂଲର ସମସ୍ତ ପ୍ରକାରର ତାଜା କ୍ଷୀର ଏବଂ ଅନ୍ୟାନ୍ୟ ଉତ୍ପାଦ ଉପଲବ୍ଧ ହେବ ବୋଲି ଫେଡେରେଶନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ଅମୂଲ ଗୋଲ୍ଡର ପ୍ରତି ୫୦୦ମିଲି ପ୍ୟାକର ମୂଲ୍ୟ ୩୨ ଟଙ୍କା ଥିଲାବେଳେ ଅମୂଲ ତାଜାର ପ୍ରତି ୫୦୦ମିଲି ପ୍ୟାକ ମୂଲ୍ୟ ୨୬ ଟଙ୍କା ରହିଛି। ଏପରିକି ଅମୂଲ ଶକ୍ତିର ପ୍ରତି ୫୦୦ ମି.ଲି. ପ୍ୟାକର ମୂଲ୍ୟ ୨୮ ଟଙ୍କା ଥିଲାବେଳେ ଅମୂଲ୍ ଗାଈ କ୍ଷୀରର ପ୍ରତି ୫୦୦ ମି.ଲି. ପ୍ୟାକର ମୂଲ୍ୟ ୨୭ ଟଙ୍କା ରହିଛି।
ସେହିଭଳି ଅମୂଲ୍ ମସ୍ତି ଦହି ପାଉଚ୍ ଏବଂ କପ୍ ପ୍ୟାକରେ ଉପଲବ୍ଧ ହେଉଥିଲାବେଳେ ଏହାର ବଜାର ମୂଲ୍ୟ ପ୍ରତି ୨୦୦ଗ୍ରାମ୍ର ମୂଲ୍ୟ ୧୮ ଟଙ୍କା ଏବଂ ୪୦୦ ଗ୍ରାମ୍ର ମୂଲ୍ୟ ୩୪ ଟଙ୍କା ଥିଲାବେଳେ ୧କେଜିର ମୂଲ୍ୟ ୭୨ଟଙ୍କା ଓ ୨୦୦ ଗ୍ରାମ କପ୍ର ମୂଲ୍ୟ ୨୨ଟଙ୍କା ରହିଛି। ଏପରିକି ଅମୂଲ ମିଠା ଲସି ପ୍ରତି ୧୫୦ ମି.ଲି. ପାଉଚ୍ର ମୂଲ୍ୟ ୧୦ ଟଙ୍କା ରହିଥିଲାବେଳେ ଅମୂଲ ପ୍ରୋବାୟୋଟିକ ମସଲା ତଡକା ଘୋଳଦହି ପ୍ରତି ୨୭୦ ମି.ଲି. ପାଉଚ୍ର ମୂଲ୍ୟ ୧୦ ଟଙ୍କା ରହିଛି। ସେହିପରି ବଜାରର ଖୁଚୁରା ଦୋକାନ ପାଇଁ ମଧ୍ୟ ଅମୂଲର କ୍ଷୀର ପାଉଚ୍ (୫୦୦ ମି.ଲି.ପ୍ୟାକ) ଏବଂ ହୋଟେଲ, ରେଷ୍ଟୁରାଣ୍ଟ, ଚା ଦୋକାନ ପାଇଁ ୬ଲିଟର ଇକୋନୋମି ପ୍ୟାକ ମଧ୍ୟ ଉପଲବ୍ଧ।
The post ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର appeared first on Dharitri Odia News.