ଆଜିଠୁ ଦଶପଲ୍ଲାକୁ ଗଡିବ ରେଳ ,ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଉଦଘାଟନ କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦଶପଲ୍ଲା : ଆଜି ଠାରୁ ରାଜ୍ୟ ରେଳ ଇତିହାସରେ ଯୋଡିହେଲା ଆଉ ଏକ ଫର୍ଦ୍ଧ I ଓଡିଶା ରାଲ ମାନଚିତ୍ରରେ ଯୋଡିହେଲା ଦଶପଲ୍ଲା Iଏଣିିକି ରେଳରେ ଯାଇ ହେବ ଦଶପଲ୍ଲା । ରାଜଧାନୀ,ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । ଆଜି ଦିନ ୧୦ ଟା ବେଳେ ଦଶପଲ୍ଲା ଷ୍ଟେସନର ଉଦଘାଟନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ଶନିବାର ସକାଳେ ପ୍ରଥମେ ରେଳମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ ଯାଞ୍ଚ କରିଥିଲେ I […]

ଆଜିଠୁ ଦଶପଲ୍ଲାକୁ ଗଡିବ ରେଳ ,ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଉଦଘାଟନ କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିଠୁ ଦଶପଲ୍ଲାକୁ ଗଡିବ ରେଳ ,ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଉଦଘାଟନ କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦଶପଲ୍ଲା : ଆଜି ଠାରୁ ରାଜ୍ୟ ରେଳ ଇତିହାସରେ ଯୋଡିହେଲା ଆଉ ଏକ ଫର୍ଦ୍ଧ I ଓଡିଶା ରାଲ ମାନଚିତ୍ରରେ ଯୋଡିହେଲା ଦଶପଲ୍ଲା Iଏଣିିକି ରେଳରେ ଯାଇ ହେବ ଦଶପଲ୍ଲା । ରାଜଧାନୀ,ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । ଆଜି ଦିନ ୧୦ ଟା ବେଳେ ଦଶପଲ୍ଲା ଷ୍ଟେସନର ଉଦଘାଟନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ।

ଶନିବାର ସକାଳେ ପ୍ରଥମେ ରେଳମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ ଯାଞ୍ଚ କରିଥିଲେ I ପରେ ସ୍ୱତନ୍ତ୍ର ରେଳ ଯୋଗେ ନୟାଗଡ଼କୁ ଯାତ୍ରା କରିଛନ୍ତି I ଏହାପରେ ଦଶପଲ୍ଲାକୁ ନିୟମିତ ରେଳ ଚଳାଚଳ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିବ । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଂଚିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ପୁରୀରୁ ସଂଧ୍ୟା ୬ଟାରେ ବାହାରି ପୂର୍ବ ନିର୍ଘଣ୍ଟ ଅନୁସାରେ ଦଶପଲ୍ଲାରେ ରାତି ୧୦ଟା ୧୫ରେ ପହଞ୍ଚିବ । ଦଶପଲ୍ଲାରୁ ଭୁବନେଶ୍ୱରକୁ ଯିବାକୁ ଥିବା ଟ୍ରେନ ଦଶପଲ୍ଲାରୁ ସକାଳ ୬ଟା ୧୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ଟାରେ ପହଂଚିବ । ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ ଯୋଡି ହୋଇଥିବା ଅନେକ ଉପାନ୍ତ ଅଂଚଳର ଲୋକମାନେ ଉପକୃତ ହେବେ । ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ପ୍ରଦାନ କରିବ ।

ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଆଧୁନିକୀକରଣ କାମର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ କାମ ହେଉଛି, ଖୁବଶୀଘ୍ର ଶେଷ ହେବ ।

ସେହିପରି ଦଶପଲ୍ଲାରେ କାର୍ଯ୍ୟକ୍ରମ ସାରି ରେଳମନ୍ତ୍ରୀ ଅପରାହ୍ନରେ କଣ୍ଟିଲୋରେ ଡାକ ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ I ୭ ତାରିଖରେ ଶ୍ରୀ ବୈଷ୍ଣବ ବଡମ୍ବା,ଆଠଗଡ଼,ଓ ନରସିଂହପୁର ର କିଛି କାର୍ଯ୍ୟକ୍ରମରେ ଯୋଗ ଦେଇ ରାତି ୮ ଟା ବେଳକୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି I