ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିବ। ତେବେ ବାତ୍ୟା ସମୟରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଖାଦ୍ୟ ପୂର୍ବରୁ ଗଚ୍ଛିତ ରଖାଯାଇଥିଲା। ଏସିଏଫ୍‌ଙ୍କ ଦ୍ୱାରା ତଦାରଖ କରାଯାଉଥିବା ପ୍ରାଣୀ ଏବଂ ଏନ୍‌କ୍ଲୋଜରଗୁଡ଼ିକର ସୁରକ୍ଷା ପାଇଁ ସମୁଦାୟ ୨୫ଟି ଟିମ୍‌ ୧୦୦ କର୍ମଚାରୀଙ୍କ ସହାୟତାରେ ପାର୍କ ମଧ୍ୟରେ ୨୫ଟି ସ୍ଥାନରେ ନିୟୋଜିତ ଥିଲେ। […] The post ଆଜିଠୁ ନନ୍ଦନକାନନ ଖୋଲିବ appeared first on Dharitri Odia News.

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିବ। ତେବେ ବାତ୍ୟା ସମୟରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଖାଦ୍ୟ ପୂର୍ବରୁ ଗଚ୍ଛିତ ରଖାଯାଇଥିଲା। ଏସିଏଫ୍‌ଙ୍କ ଦ୍ୱାରା ତଦାରଖ କରାଯାଉଥିବା ପ୍ରାଣୀ ଏବଂ ଏନ୍‌କ୍ଲୋଜରଗୁଡ଼ିକର ସୁରକ୍ଷା ପାଇଁ ସମୁଦାୟ ୨୫ଟି ଟିମ୍‌ ୧୦୦ କର୍ମଚାରୀଙ୍କ ସହାୟତାରେ ପାର୍କ ମଧ୍ୟରେ ୨୫ଟି ସ୍ଥାନରେ ନିୟୋଜିତ ଥିଲେ। ଏସିଏଫ୍‌ ଏବଂ ଆର୍‌ଓଙ୍କ ତତ୍ତ୍ୱାବଧାନରେ ୭ଟି ମୋବାଇଲ ଟିମ୍‌ରେ ଓଆଇଏସ୍‌ଏଫ୍‌ ଏବଂ ଆଉଟସୋର୍ସିଂ ପାରା ସାମରିକ କର୍ମଚାରୀଙ୍କ ସମେତ ୪୫ କର୍ମଚାରୀ ଜରୁରିକାଳୀନ କାର୍ଯ୍ୟ ସୁନିଶ୍ଚିତ କରିବା ଦାୟିତ୍ୱରେ ଥିଲେ। ସମସ୍ତ ଟିମ୍‌କୁ ଅତ୍ୟାବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା। ସମସ୍ତ କାର୍ଯ୍ୟକଳାପକୁ ତଦାରଖ ପାଇଁ ୪ଟି କଣ୍ଟ୍ରୋଲ ରୁମ୍‌ ୨ ଦିନ ଧରି କାର୍ଯ୍ୟକ୍ଷମ ଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସନତ କୁମାର ନାରାୟଣ କହିଛନ୍ତି।

The post ଆଜିଠୁ ନନ୍ଦନକାନନ ଖୋଲିବ appeared first on Dharitri Odia News.