ଆଜିଠୁ ନ୍ୟାଶନାଲ ଖୋ ଖୋ ଚାମ୍ପିୟନଶିପ୍
ପୁରୀ,୩୧ା୩(ଅଜିତ୍ କୁମାର ମହାନ୍ତି): ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ଖୋ ଖୋ ଆସୋସିଏଶନର ମିଳିତ ସହଯୋଗରେ ୫୭ତମ ସିନିୟର ନ୍ୟାଶନାଲ ଖୋ ଖୋ ଚାମ୍ପିୟନଶିପ୍ ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି। ଏହା ସୋମବାରଠାରୁ ଏପ୍ରିଲ୍ ୪ତାରିଖ ପର୍ଯ୍ୟନ୍ତ ପୁରୀରେ ହେବ। ଏହି ଉପଲକ୍ଷେ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ ହଲଠାରେ ଆସୋସିଏଶନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆର ସଭାପତି […] The post ଆଜିଠୁ ନ୍ୟାଶନାଲ ଖୋ ଖୋ ଚାମ୍ପିୟନଶିପ୍ appeared first on Dharitri Odia News.
ପୁରୀ,୩୧ା୩(ଅଜିତ୍ କୁମାର ମହାନ୍ତି): ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ଖୋ ଖୋ ଆସୋସିଏଶନର ମିଳିତ ସହଯୋଗରେ ୫୭ତମ ସିନିୟର ନ୍ୟାଶନାଲ ଖୋ ଖୋ ଚାମ୍ପିୟନଶିପ୍ ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି। ଏହା ସୋମବାରଠାରୁ ଏପ୍ରିଲ୍ ୪ତାରିଖ ପର୍ଯ୍ୟନ୍ତ ପୁରୀରେ ହେବ।
ଏହି ଉପଲକ୍ଷେ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ ହଲଠାରେ ଆସୋସିଏଶନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆର ସଭାପତି ସୁଧାଂଶୁ ମିତଲ, ଇଣ୍ଡିଆ ଖୋ ଖୋ ଟିମ୍ର କୋଚ୍ ଅଶ୍ୱିନ ଶର୍ମା, ଖୋ ଖୋ ଫେଡରେଶନ ଅଫ୍ ଇଣ୍ଡିଆର ସମ୍ପାଦକ ଏମ୍ ଏସ୍ ତ୍ୟାଗୀ, ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଚାମ୍ପିୟନଶିପ୍ ସମ୍ପର୍କରେ ସୂଚନା ଦେଇଥିଲେ। ଖୋ ଖୋ ଫେଡରେଶନ ଅଫ୍ ଇଣ୍ଡିଆର ସଭାପତି ସୁଧାଂଶୁ ମିତଲ କହିଛନ୍ତି ପ୍ରତିଯୋଗିତା ୫ ଦିନ ଧରି ତାଳବଣିଆ ଖେଳପଡ଼ିଆଠାରେ ହେବ। ଏଥିରେ ପୁରୁଷ ବିଭାଗରେ ୪୦ ଏବଂ ମହିଳା ବିଭାଗରେ ୪୦ଟି ଦଳ ଏହିପରି ସମୁଦାୟ ୮୦ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ସମୁଦାୟ ୧୯୦ଟି ମ୍ୟାଚ୍ ମ୍ୟାଟ୍ରେ ଖେଳାଯିବ। ପ୍ରଥମ ଥର ପାଇଁ ଖୋ ଖୋ କ୍ରୀଡ଼ାରେ ରିଭ୍ୟୁ ସିଷ୍ଟମ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ମ୍ୟାଚ୍ଗୁଡ଼ିକ ଡି.ଡି ସ୍ପୋଟର୍ସରେ ସିଧାପ୍ରସାରଣ ହେବ।
The post ଆଜିଠୁ ନ୍ୟାଶନାଲ ଖୋ ଖୋ ଚାମ୍ପିୟନଶିପ୍ appeared first on Dharitri Odia News.