ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ମାର୍ଚ୍ଚ: କଣ୍ଟା ବିଛାଇଲା ପୁଲିସ, ସିଲ୍‌ ହେଲା ସୀମା

ଶୁକ୍ରବାର ଅପରାହ୍ନରେ ୧୦୧ ଜଣ ଚାଷୀ ପଞ୍ଜାବରୁ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଥିଲେ। ହେଲେ ପଦଯାତ୍ରାରେ ଚାଷୀମାନେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ଏହାପରେ ଚାଷୀମାନେ ରବିବାର ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଥିଲେ।

ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ମାର୍ଚ୍ଚ: କଣ୍ଟା ବିଛାଇଲା ପୁଲିସ, ସିଲ୍‌ ହେଲା ସୀମା

ରାସ୍ତା ପୋତା ଗଲା କଣ୍ଟା। ଉଠିଲା ବଡ଼ ବଡ଼ କଙ୍କ୍ରିଟର କାନ୍ଥ। ଥ୍ରୀ ଲେୟର କ୍ୟାରିକେଡିଂ ସହ ସିଲ୍‌ ହେଲା ଶମ୍ଭୁ ସୀମା। ଆଜିଠୁ ପୁଣି ଚାଷୀମାନଙ୍କ ଦିଲ୍ଲୀ ମାର୍ଚ୍ଚ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକାଡି କରାଯାଇଛି। ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ କଡ଼ା ପୁଲିସ ଫୋର୍ସ ମୁତୟନ କରାଯାଇଛି।

Shambhu Border Sealedକୃଷକଙ୍କୁ ଅଟକାଇବା ପାଇଁ ରାସ୍ତାରେ କଣ୍ଟା ପୋତା ଯାଇଛି।

ସରକାରଙ୍କ ପକ୍ଷରୁ କୌଣସି ଖବର ନ ଆସିବା ପରେ ଆଜିଠୁ ପୁଣି ଚାଷୀମାନେ ଦିଲ୍ଲୀ ଚଲୋ ଯାତ୍ରା କରିବେ। ଶୁକ୍ରବାର ଅପରାହ୍ନରେ ୧୦୧ ଜଣ ଚାଷୀ ପଞ୍ଜାବରୁ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଥିଲେ। ହେଲେ ପଦଯାତ୍ରାରେ ଚାଷୀମାନେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏଥିରେ ଏକାଧିକ ଚାଷୀ ଆହତ ହୋଇଥିଲେ।

ଏହାପରେ ଚାଷୀମାନେ ରବିବାର ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଥିଲେ। ଏଥିସହ ସରକାରଙ୍କୁ ଦାବି ସମ୍ପର୍କରେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଗୋଟିଏ ଦିନ ସମୟ ଦେଇଥିଲେ। ହେଲେ ଶନିବାର ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରକାରର ପଦକ୍ଷେପ ନିଆଯାଇ ନାହିଁ। ତେଣୁ ୧୦୧ ଜଣ ଚାଷୀ ପୁଣି ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।

ତେବେ ଚାଷୀମାନଙ୍କୁ ଅଟକାଇବା ପାଇଁ ପୁଲିସ ପ୍ରଶାସନ କଡ଼ା ବ୍ୟବସ୍ଥା କରିଛି। ଦିଲ୍ଲୀ-ହରିୟାଣା ଶମ୍ଭୁ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାସ୍ତାରେ ଲୁହା କଣ୍ଟା ବିଛା ଦିଆଯାଇଛି। ଏହା ବ୍ୟତୀତ କଂକ୍ରିଟ କାନ୍ଥ ମଧ୍ୟ ନିର୍ମାଣ କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ସୀମାରେ ଜଗି ରହିଛନ୍ତି।

ସେପଟେ ସୁରକ୍ଷା ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଗଣମାଧ୍ୟମ କର୍ମଚାରୀଙ୍କୁ ବିରୋଧ ପ୍ରଦର୍ଶନ ସ୍ଥଳରୁ ଅତି କମରେ ୧ କିଲୋମିଟର ଦୂରରେ ରଖାଯିବାକୁ ହରିୟାଣାର ଡିଜିପି ପଞ୍ଜାବର ଡିଜିପିଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।