ଆଜିଠୁ ବିକ୍ରି ହେବ ଅଫଲାଇନ ଟିକେଟ
କଟକ : ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି। ସେଥିପାଇଁ ଗତ ରାତିରୁ ହିଁ କାଉଣ୍ଟର ଆଗରେ... The post ଆଜିଠୁ ବିକ୍ରି ହେବ ଅଫଲାଇନ ଟିକେଟ appeared first on .
କଟକ : ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି। ସେଥିପାଇଁ ଗତ ରାତିରୁ ହିଁ କାଉଣ୍ଟର ଆଗରେ ଲାଗିଛି ଲମ୍ବା ଧାଡ଼ି। ଟିକଟ ଖଣ୍ଡେ ନେଇ ବାରବାଟୀ ଷ୍ଟାଡିୟମରେ ବସି ଲାଇଭ୍ କ୍ରିକେଟ ମ୍ୟାଚ ଦେଖିବାକୁ ଏତେ ପରିଶ୍ରମ। ଆସନ୍ତା ୯ ତାରିଖରେ ହେବ ମ୍ୟାଚ। ପିଚ୍ କୁ ସୁରକ୍ଷା ବଳୟକୁ ନେଇଛି କମିଶନରେଟ୍ ପୋଲିସ୍ । ୨୪ ଘଣ୍ଟିଆ ସୁରକ୍ଷାରେ ରହିଛନ୍ତି ବନ୍ଧୁକଧାରୀ ପୋଲିସ୍ । ପୂର୍ବରୁ ଅନଲାଇନ ଓ ଅନୁବନ୍ଧିତ ସଂସ୍ଥା ସେମାନଙ୍କ ଟିକେଟ ନେଇସାରିଥିବାବେଳେ ଆଜି ସାଢ଼େ ୯ଟାରେ ଖୋଲିବ କାଉଣ୍ଟର। ପରିଚୟ ପତ୍ର ଦେଖାଇ ଜଣକା ଦୁଇଟି ଲେଖାଏଁ ଟିକେଟ କିଣିପାରିବେ। ମୋଟ ତିନୋଟି କଣ୍ଟେନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଚାରିଟି କାଉଣ୍ଟର ରହିବ। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳାରେ କ୍ରିକେଟ ପ୍ରେମୀ କିପରି ଟିକେଟ କିଣି ପାରିବେ, ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
The post ଆଜିଠୁ ବିକ୍ରି ହେବ ଅଫଲାଇନ ଟିକେଟ appeared first on .