ଆଜିଠୁ ଭିତରକନିକା ବନ୍ଦ

ରାଜନଗର, ୫ା୧ (ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ଏଥିଲାଗି ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏଥିସହ ଜାତୀୟ ଉଦ୍ୟାନ ସଂଲଗ୍ନ ବିଭିନ୍ନ ଆର୍ଦ୍ରଭୂମିରେ ପାଦ ଥାପିଥିବା ବିଦେଶୀ ପକ୍ଷୀଙ୍କର ଆସନ୍ତା ୬ରୁ ଗଣନା କରାଯିବ। ପ୍ରଚଣ୍ଡ ଶୀତ ପ୍ରକୋପରୁ ରକ୍ଷା ପାଇବାକୁ ହିମାଳୟ ପାଦଦେଶ ସମେତ ଅଷ୍ଟ୍ରେଲିଆ, ଫ୍ରାନ୍ସ, […] The post ଆଜିଠୁ ଭିତରକନିକା ବନ୍ଦ appeared first on Dharitri Odia News.

ଆଜିଠୁ ଭିତରକନିକା ବନ୍ଦ

ରାଜନଗର, ୫ା୧ (ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ଏଥିଲାଗି ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏଥିସହ ଜାତୀୟ ଉଦ୍ୟାନ ସଂଲଗ୍ନ ବିଭିନ୍ନ ଆର୍ଦ୍ରଭୂମିରେ ପାଦ ଥାପିଥିବା ବିଦେଶୀ ପକ୍ଷୀଙ୍କର ଆସନ୍ତା ୬ରୁ ଗଣନା କରାଯିବ। ପ୍ରଚଣ୍ଡ ଶୀତ ପ୍ରକୋପରୁ ରକ୍ଷା ପାଇବାକୁ ହିମାଳୟ ପାଦଦେଶ ସମେତ ଅଷ୍ଟ୍ରେଲିଆ, ଫ୍ରାନ୍ସ, ରୁଷିଆ, ମଙ୍ଗୋଲିଆ, ମାଲେସିଆ ପ୍ରଭୃତି ଶୀତପ୍ରଧାନ ଦେଶରୁ ରଙ୍ଗ ବେରଙ୍ଗ ପକ୍ଷୀମାନେ ଭିତରକନିକାରେ ପହଞ୍ଚତ୍ଛନ୍ତି।

The post ଆଜିଠୁ ଭିତରକନିକା ବନ୍ଦ appeared first on Dharitri Odia News.