ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୨୮ା୫(ଅସମାପିକା ସାହୁ):ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚତ୍ବ। ସେହିପରି ଭୁବନେଶ୍ୱରରୁ ବିମାନ ପୁଣି ରାତି ୧୧ଟା ୫୦ରୁ ଉଡ଼ାଣ ଆରମ୍ଭ କରିବ। ସପ୍ତାହର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ୩ଦିନ ବିମାନ ଚଳାଚଳ କରିବ। ଉଲ୍ଲେଖଯୋଗ୍ୟ, ୨୦୧୭ରେ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ବିମାନ ଚଳାଚଳ କରୁଥିଲା। […] The post ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ appeared first on Dharitri Odia News.

ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୨୮ା୫(ଅସମାପିକା ସାହୁ):ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚତ୍ବ। ସେହିପରି ଭୁବନେଶ୍ୱରରୁ ବିମାନ ପୁଣି ରାତି ୧୧ଟା ୫୦ରୁ ଉଡ଼ାଣ ଆରମ୍ଭ କରିବ। ସପ୍ତାହର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ୩ଦିନ ବିମାନ ଚଳାଚଳ କରିବ। ଉଲ୍ଲେଖଯୋଗ୍ୟ, ୨୦୧୭ରେ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ବିମାନ ଚଳାଚଳ କରୁଥିଲା। କିନ୍ତୁ କୋଭିଡ୍‌ ପାଇଁ ଉକ୍ତ ବିମାନସେବା ବନ୍ଦ ହୋଇଯାଇଥିଲା। ଏବେ ପୁଣି ସିଧାସଳଖ ବିମାନସେବା ଆରମ୍ଭ ହେବା ଯାତ୍ରୀଙ୍କ ମଧ୍ୟରେ ଖୁସି ଆଣିଦେଇଛି।

The post ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ appeared first on Dharitri Odia News.