ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ୱର,୬ା୪(ଅସମାପିକା ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ୨୦ ପର୍ଯ୍ୟନ୍ତ ଖାତାଦେଖା ଚାଲିବ। ଏଥିପାଇଁ ସମୁଦାୟ ୮,୬୧୧ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ହୋଇଛନ୍ତି। ୩,୧୪୮ଜଣ ଅନ୍‌ଲାଇନ୍‌ରେ ଓ ୫,୪୬୩ଜଣ ଶିକ୍ଷକ ଅଫ୍‌ଲାଇନ୍‌ରେ ଖାତା ଦେଖିବେ। ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ୪ରୁ ଆରମ୍ଭ ହେବାର ଥିଲା। ହେଲେ ପ୍ରଥମ ପର୍ଯ୍ୟାୟ ଖାତାଦେଖାବେଳେ ଛୁଟି ପଡ଼ିବାରୁ ୨ଦିନ ବିଳମ୍ବିତ ହୋଇଛି। ଚଳିତବର୍ଷ ୬୯ଟି ଜୋନ୍‌ରେ ଅଫ୍‌ଲାଇନ […] The post ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ appeared first on Dharitri Odia News.

ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ୱର,୬ା୪(ଅସମାପିକା ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ୨୦ ପର୍ଯ୍ୟନ୍ତ ଖାତାଦେଖା ଚାଲିବ। ଏଥିପାଇଁ ସମୁଦାୟ ୮,୬୧୧ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ହୋଇଛନ୍ତି। ୩,୧୪୮ଜଣ ଅନ୍‌ଲାଇନ୍‌ରେ ଓ ୫,୪୬୩ଜଣ ଶିକ୍ଷକ ଅଫ୍‌ଲାଇନ୍‌ରେ ଖାତା ଦେଖିବେ। ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ୪ରୁ ଆରମ୍ଭ ହେବାର ଥିଲା। ହେଲେ ପ୍ରଥମ ପର୍ଯ୍ୟାୟ ଖାତାଦେଖାବେଳେ ଛୁଟି ପଡ଼ିବାରୁ ୨ଦିନ ବିଳମ୍ବିତ ହୋଇଛି। ଚଳିତବର୍ଷ ୬୯ଟି ଜୋନ୍‌ରେ ଅଫ୍‌ଲାଇନ ଓ ୪୧ଟି ଜୋନ୍‌ରେ ଅନ୍‌ଲାଇନ୍‌ ମୂଲ୍ୟାୟନ କରାଯାଉଛି। ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ସାରି ମେ’ ୧୫ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

The post ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ appeared first on Dharitri Odia News.