ଆଜିର ଦିନରେ କୋହଲି କହିଥିଲେ-‘ମୁଁ ହେଉଛି କିଙ୍ଗ୍‌’

ନୂଆଦିଲ୍ଲୀ,୨୮।୨: ବିରାଟ କୋହଲି ବର୍ତ୍ତମାନ କ୍ରିକେଟରେ ଏକ ବଡ ନାମ। ଗତ ବର୍ଷ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ଅଧିକାଂଶ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଦିନିକିଆରେ କୋହଲିଙ୍କ ଶତକ ସଂଖ୍ୟା ସର୍ବାଧିକ। ଏଣୁ କୋହଲିଙ୍କୁ ସଚିନଙ୍କ ସହ ତୁଳନା କରାଯାଏ। ବିଶ୍ୱାସ କରାଯାଏ ଯେ ଯଦି କେହି ସଚିନଙ୍କ ୧୦୦ ଟି ଅନ୍ତର୍ଜାତୀୟ ଶତକର ରେକର୍ଡ ଭାଙ୍ଗି ପାରିବେ, ସେ ହେଉଛନ୍ତି କୋହଲି। କୋହଲି ଏଠାରେ ପହଞ୍ଚିବା ପାଇଁ ବହୁତ […] The post ଆଜିର ଦିନରେ କୋହଲି କହିଥିଲେ-‘ମୁଁ ହେଉଛି କିଙ୍ଗ୍‌’ appeared first on Dharitri Odia News.

ଆଜିର ଦିନରେ କୋହଲି କହିଥିଲେ-‘ମୁଁ ହେଉଛି କିଙ୍ଗ୍‌’

ନୂଆଦିଲ୍ଲୀ,୨୮।୨: ବିରାଟ କୋହଲି ବର୍ତ୍ତମାନ କ୍ରିକେଟରେ ଏକ ବଡ ନାମ। ଗତ ବର୍ଷ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ଅଧିକାଂଶ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଦିନିକିଆରେ କୋହଲିଙ୍କ ଶତକ ସଂଖ୍ୟା ସର୍ବାଧିକ। ଏଣୁ କୋହଲିଙ୍କୁ ସଚିନଙ୍କ ସହ ତୁଳନା କରାଯାଏ। ବିଶ୍ୱାସ କରାଯାଏ ଯେ ଯଦି କେହି ସଚିନଙ୍କ ୧୦୦ ଟି ଅନ୍ତର୍ଜାତୀୟ ଶତକର ରେକର୍ଡ ଭାଙ୍ଗି ପାରିବେ, ସେ ହେଉଛନ୍ତି କୋହଲି। କୋହଲି ଏଠାରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ଆଜିର ଦିନରେ ସେ ଏଭଳି ଏକ ଇନିଂସ ଖେଳିଥିଲେ ଯାହା ତାଙ୍କୁ ‘କିଙ୍ଗ୍‌’ ଆଖ୍ୟା ଦେଇଥିଲା। ୨୦୧୨ ରେ ୨୮ ଫେବୃଆରୀରେ କୋହଲି ଏହି ଇନିଂସ ଖେଳିଥିଲେ।

ଭାରତ ଏବଂ ଶ୍ରୀଲଙ୍କାର ଦଳ ସିବି ସିରିଜ ଖେଳୁଥିଲା। ଏହି ସିରିଜର ତୃତୀୟ ଦଳ ଆୟୋଜକ ଅଷ୍ଟ୍ରେଲିଆ ଥିଲା। ହୋବର୍ଟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍‌ ହୋଇଥିଲା ଏବଂ ଫାଇନାଲରେ ପହଞ୍ଚିବା ପାଇଁ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଟିମ ଇଣ୍ଡିଆ ପାଇଁ ଫାଇନାଲ ଟିକେଟ ମିଳିବା ସହଜ ନ ଥିଲା। କେବଳ ମ୍ୟାଚ୍‌ରେ ବିଜୟ ନୁହେଁ ବରଂ ଏଥିପାଇଁ ତାଙ୍କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମ୍ୟାଚ ଜିତିବାକୁ ପଡିଥିଲା। ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହି ମ୍ୟାଚ୍‌ରେ ୪୦ ଓଭରରେ ଶ୍ରୀଲଙ୍କା ସ୍ଥିର କରିଥିବା ଟାର୍ଗେଟକୁ ହାସଲ କରିବାକୁ ଥିଲା।

ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୫୦ ଓଭରରେ ୪ ଉଇକେଟ ହରାଇ ୩୨୦ ରନ ସଂଗ୍ରହ କରିଥିଲା। ଅପରପକ୍ଷେ ଟିମ୍‌ ଇଣ୍ଡିଆ ପାଇଁ ୪୦ ଓଭରରେ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ଥିଲା। କିନ୍ତୁ ଅସମ୍ଭବ ମନେହେଉଥିବା ଏହି ଟାର୍ଗେଟ ପୂରଣ କରିବାରେ ବଡ଼ ପୁରୋଧା ସାଜିଥିଲେ ବିରାଟ କୋହଲି। ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ କରିଥିଲେ ମଧ୍ୟ ଦୁହେଁ ବଡ଼ ଇନିଂସ ଖେଳିପାରି ନ ଥିଲେ। ସେମାନଙ୍କ ପରେ କୋହଲି ମଇଦାନକୁ ଆସି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶ୍ରୀଲଙ୍କା ଟିମ୍‌ରେ ଗୋଟିଏରୁ ବଳି ଆରେକ ପ୍ରଭାବି ବୋଲର୍‌ ଥିଲେ ହେଁ କୋହଲି ଧୁଆଁଧାର ବ୍ୟାଟିଂ କରିଥିଲେ। ସେ ୮୬ ବଲ୍‌ରେ ୧୩୩ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ୧୬ ଚୌକା ଓ ୨ ଛକା ଥିଲା। ଏହି ମ୍ୟାଚରେ ଗୌତମ ଗମ୍ଭୀର ମଧ୍ୟ ୬୩ ରନ କରି କୋହଲିଙ୍କ ସହ ୧୨୦ ରନ ଭାଗିଦାରୀ କରିଥିଲେ। କୋହଲିଙ୍କ ଏହି ଇନିଂସ ଆଧାରରେ ଭାରତ ୩୬.୪ ଓଭରରେ ୩୨୧ ରନ ସଂଗ୍ରହ କରି ଫାଇନାଲରେ ସ୍ଥାନ ହାସଲ କରିଥିଲା।

ବିରାଟଙ୍କର ଆକ୍ରୋଶ, କୌଶଳ, ରନ୍‌ ପାଇଁ କ୍ଷୁଧା ଆଦି ଏହି ଇନିଂସରେ ଦୃଶ୍ୟମାନ ହେଉଥିଲା। ଦର୍ଶକମାନେ ଏକ ଆଶ୍ଚର୍ଯ୍ୟଜନକ ଇନିଂସ ଦେଖିଥିବା ପ୍ରତିକ୍ରିୟା ଦେଇଥିଲେ। ମହାନ ପ୍ରତିଭାର ଅଧିକାରୀ ବ୍ୟାଟ୍ସମ୍ୟାନ୍‌ କେବଳ ଏଭଳି ରନ ସ୍କୋର କରପାରିବେ ବୋଲି କହିଥିଲେ। ଦିନିକିଆ କ୍ରିକେଟ ଇତିହାସର ସର୍ବୋତ୍ତମ ଇନିଂସ ମଧ୍ୟରେ କୋହଲିଙ୍କ ଏହି ଇନିଂସକୁ ଗଣାଯାଏ। କାରଣ ପ୍ରାୟ ୩୭ ଓଭରରେ ୩୨୧ ରନ୍‌ର ଲକ୍ଷ୍ୟକୁ ଦଳ ହାସଲ କରିବା ଅବିଶ୍ୱସନୀୟ ନୁହେଁ ତ ଆଉ କ’ଣ। ତେବେ ସେବେଠାରୁ ବିରାଟ ଅଟକି ନାହାନ୍ତି । କ୍ରମାଗତ ଭାବରେ ତାଙ୍କ ବ୍ୟାଟିଂ ବଳରେ ବିଶ୍ୱ କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି।

The post ଆଜିର ଦିନରେ କୋହଲି କହିଥିଲେ-‘ମୁଁ ହେଉଛି କିଙ୍ଗ୍‌’ appeared first on Dharitri Odia News.