ଆଞ୍ଚଳିକ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ
ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚଗାଁ ଲୋକକଳା ତାଲିମ କେନ୍ଦ୍ର ଠାରେ ଆଞ୍ଚଳିକ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ ହୋଇ ଯାଇଛି । ପଞ୍ଚଗାଁ ଗାୟତ୍ରୀ ପରିବାରର ମୁଖ୍ୟ ସଂଯୋଜକ ପ୍ରମୋଦ କୁମାର ମେହେର ପୂଜାର୍ଚ୍ଚନା ସହ ଜଗତର କଲ୍ୟାଣ ନିମନ୍ତେ ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସୁରଙ୍ଗ ପଧାନ,ତରଣୀ ସେନ ଧୁରୁଆ, ଗୋକୁଳାନନ୍ଦ ପଧାନ ଭଜନ ପରିବେଷଣ କରିଥିଲେ […] The post ଆଞ୍ଚଳିକ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ appeared first on Odisha.News.
ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚଗାଁ ଲୋକକଳା ତାଲିମ କେନ୍ଦ୍ର ଠାରେ ଆଞ୍ଚଳିକ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ ହୋଇ ଯାଇଛି । ପଞ୍ଚଗାଁ ଗାୟତ୍ରୀ ପରିବାରର ମୁଖ୍ୟ ସଂଯୋଜକ ପ୍ରମୋଦ କୁମାର ମେହେର ପୂଜାର୍ଚ୍ଚନା ସହ ଜଗତର କଲ୍ୟାଣ ନିମନ୍ତେ ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସୁରଙ୍ଗ ପଧାନ,ତରଣୀ ସେନ ଧୁରୁଆ, ଗୋକୁଳାନନ୍ଦ ପଧାନ ଭଜନ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର, ବିଶ୍ବହିନ୍ଦୁ ପରିଷଦ, ବ୍ରହ୍ମ କୁମାରୀ, ଆର୍ଟ ଅଫ ଲିଭିଂ, ଶ୍ରୀ ଅରବିନ୍ଦ, ହିନ୍ଦୁ ଫ୍ରଣ୍ଡ ଅଫ ଭାରତ ଆଧ୍ୟାତ୍ମିକ ସଂଗଠନର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ପ୍ରମୋଦ ମେହେର, ସୁଦାମ ପଧାନ, ଲବ ପଧାନ, ତରଣୀ ସେନ ଧୁରୁଆ, ସୁରଙ୍ଗ ପଧାନ, ଗୋକୁଳାନନ୍ଦ ପଧାନ, ଦ୍ଵିତୀୟ ଭୋଇ, ସୁରେନ୍ଦ୍ର ସାହୁ, ସଚ୍ଚିଦାନନ୍ଦ ବେହେରା, ସଞ୍ଜୟ ଭୋଇ, ମଧୁସୂଦନ ମେହେର,ତପେଶ୍ୱର ବାରିକ, କଳ୍ପବଟ ସା, ଜିତେନ୍ଦ୍ର ସାହୁ, ପ୍ରସନ୍ନ ପଧାନ ପ୍ରମୂଖ ଉପସ୍ଥିତ ରହିଥିଲେ ।
The post ଆଞ୍ଚଳିକ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ appeared first on Odisha.News.