ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସମିତି ବୈଠକ ୨୯ ରେ ପୁଣି ଉପଭୋକ୍ତାଙ୍କ ସମାବେଶ ପାଇଁ ନିଷ୍ପତ୍ତି

ଝାରସୁଗୁଡା ୨୨/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଆଶ୍ରମ ପରିସରରେ ଆଜି ପଞ୍ଚଗାଁ ସମିତି ସଭ୍ୟ ରୋହିତ କୁମାର ଧୁରୁଆଙ୍କ ସଭାପତିତ୍ୱ ରେ ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟୁତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିସହ ଚଳିତ ମାସ ୮ ତାରିଖରେ ଭିକମପାଲି ସ୍ଥିତ ଜିଲ୍ଲା […] The post ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସମିତି ବୈଠକ ୨୯ ରେ ପୁଣି ଉପଭୋକ୍ତାଙ୍କ ସମାବେଶ ପାଇଁ ନିଷ୍ପତ୍ତି appeared first on Odisha.News.

ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସମିତି ବୈଠକ      ୨୯ ରେ ପୁଣି ଉପଭୋକ୍ତାଙ୍କ ସମାବେଶ ପାଇଁ ନିଷ୍ପତ୍ତି

ଝାରସୁଗୁଡା ୨୨/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଆଶ୍ରମ ପରିସରରେ ଆଜି ପଞ୍ଚଗାଁ ସମିତି ସଭ୍ୟ ରୋହିତ କୁମାର ଧୁରୁଆଙ୍କ ସଭାପତିତ୍ୱ ରେ ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟୁତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିସହ ଚଳିତ ମାସ ୮ ତାରିଖରେ ଭିକମପାଲି ସ୍ଥିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବଳ କେନ୍ଦ୍ର ଠାରେ ବିଦ୍ୟୁତ ବିଭାଗ ଓ ଉପଭୋକ୍ତାଙ୍କ ମିଳିତ ବୈଠକରେ ଯୋଗଦାନ କରିଥିବା ବିଭାଗୀୟ ଅଧିକାରୀ ମାନେ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ପାଳନ ନ କରି ଜୋର ଜବରଦସ୍ତ ବକେୟା ବିଲ ଆଦାୟ କରା ଯାଉଥିବାକୁ ନେଇ ଉପସ୍ଥିତ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ସାଣିତ କରିବା ପାଇଁ ଚଳିତ ମାର୍ଚ୍ଚ ମାସ ୨୯ ତାରିଖ ଶନିବାର ଅପରାହ୍ନ ୨ଟା ଟା ସମୟରେ ମହିମା ପୁରମ ବିଜାପାଲି ମହିମା ଆଶ୍ରମ ଠାରେ ପୁଣି ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନେଇ ଏକ ବିରାଟ ସାଧାରଣ ସଭା ଆୟୋଜନ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିବା ସଭାର ସଭାପତି ଶ୍ରୀ ଧୁରୁଆ ସୂଚନା ଦେଇଛନ୍ତି ।
ଆଜିର ବୈଠକରେ ସଭାପତି ଶ୍ରୀ ଧୁରୁଆଙ୍କ ସହ ସଚ୍ଚିଦାନନ୍ଦ ବେହେରା, ଶମ୍ଭୁ ନାଥ, ତୋଷରାମ ପଟେଲ, ତପେଶ୍ୱର ବାରିକ, ଯୁଧିଷ୍ଠିର ମହାପାତ୍ର, ଉପେନ୍ଦ୍ର ବାରିକ, ଲିଙ୍ଗରାଜ ପଧାନ,କୁବେର ପଧାନ, ଓମ ପ୍ରକାଶ ପଧାନ, ଗୌରୀ ଶଙ୍କର ପଧାନ, ରଣଜିତ ବିଶ୍ଵାଳ, ଜନ୍ମଜୟ ସାହୁ, ବାବୁଲାଲ ପଧାନ, ପାଣ୍ଡବ ଭୋଇ, ବୃନ୍ଦାବନ ସାମଲ,ନିରାକାର ପଧାନ, ଈଶ୍ୱର ଖମାରୀ,ସଞ୍ଜୀବ ଭୋଇ, ମାନଭଞ୍ଜନ ପଧାନ, ସୁବଳ ସାହୁ,ସୁଦାମ ବେହେରାଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ଅଂଶଗ୍ରହଣ କରି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ବରିଷ୍ଠ ସଦସ୍ୟ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

The post ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସମିତି ବୈଠକ ୨୯ ରେ ପୁଣି ଉପଭୋକ୍ତାଙ୍କ ସମାବେଶ ପାଇଁ ନିଷ୍ପତ୍ତି appeared first on Odisha.News.