ଆଠଗଡ଼ ତିଗିରିଆରେ ଧାନ ଚାଷ ଏବଂ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଆଠଗଡ଼ ୩୧।୧୨: ଲଘୁଚାପଜନିତ ଅଦିନିଆ ଲଗାଣ ବର୍ଷା ପାଇଁ ବିଶେଷ ପ୍ରଭାବିତ ଧାନ ଓ ପନିପରିବା ଚଷୀ । ଏହି ପରିପ୍ରେକ୍ଷୀରେ ଆଠଗଡ଼ ତିଗିରିଆ ଅଞ୍ଚଳରେ ବ୍ୟାପକ ଭାବରେ ନଷ୍ଟ ହୋଇଥିବା ଧାନ ଓ ପରିବା ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଠଗଡ଼ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କ ସହିତ ଲଗାଣ ବର୍ଷା ପାଇଁ ନଷ୍ଟ ହୋଇଥିବା ଚାଷ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହିତ ସରକାରଙ୍କର ସମସ୍ତ ସହାୟତାରୁ ଚାଷୀମାନେ ଯେପରି ବଞ୍ଚିତ ନହେବେ ସେଥିପ୍ରତି ସମସ୍ତ ଅଧିକାରୀ ମାନଙ୍କୁ ତାଗିଦ ମଧ୍ୟ କରିଥିଲେ । ବର୍ତ୍ତମାନ ଧାନ ଚାଷର ଯେଉଁ କ୍ଷୟକ୍ଷତିର ଆକଳନ କରାଯାଉଛି ଅନଭିଜ୍ଞ ଥିବା ଚାଷୀ ମାନେ କିଭଳି ପଞ୍ଜିକରଣ କରିପାରିବେ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଧାନ ମଣ୍ଡିରେ ଚାଷୀମାନଙ୍କ ନିମନ୍ତେ ଯେଉଁ ମାନଦଣ୍ଡ ରହିଛି ସରକାର ତାହାକୁ କୋହଳ ନକଲେ ବହୁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରହି କଳାବଜାରୀର ଶିକାର ହୋଇଯିବେ ବୋଲି ଆଠଗଡ଼ ବିଧାୟକ କହିଛନ୍ତି ।You Can Read:ଗ୍ରାମବାସୀଙ୍କ ଦାବି ପରେ ମାପଚୁପ ହେଲା ନଦୀ ଘାଟ, ହଟିବ ଜବରଦଖଲ
ଆଠଗଡ଼ ୩୧।୧୨: ଲଘୁଚାପଜନିତ ଅଦିନିଆ ଲଗାଣ ବର୍ଷା ପାଇଁ ବିଶେଷ ପ୍ରଭାବିତ ଧାନ ଓ ପନିପରିବା ଚଷୀ । ଏହି ପରିପ୍ରେକ୍ଷୀରେ ଆଠଗଡ଼ ତିଗିରିଆ ଅଞ୍ଚଳରେ ବ୍ୟାପକ ଭାବରେ ନଷ୍ଟ ହୋଇଥିବା ଧାନ ଓ ପରିବା ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଠଗଡ଼ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କ ସହିତ ଲଗାଣ ବର୍ଷା ପାଇଁ ନଷ୍ଟ ହୋଇଥିବା ଚାଷ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହିତ ସରକାରଙ୍କର ସମସ୍ତ ସହାୟତାରୁ ଚାଷୀମାନେ ଯେପରି ବଞ୍ଚିତ ନହେବେ ସେଥିପ୍ରତି ସମସ୍ତ ଅଧିକାରୀ ମାନଙ୍କୁ ତାଗିଦ ମଧ୍ୟ କରିଥିଲେ । ବର୍ତ୍ତମାନ ଧାନ ଚାଷର ଯେଉଁ କ୍ଷୟକ୍ଷତିର ଆକଳନ କରାଯାଉଛି ଅନଭିଜ୍ଞ ଥିବା ଚାଷୀ ମାନେ କିଭଳି ପଞ୍ଜିକରଣ କରିପାରିବେ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଧାନ ମଣ୍ଡିରେ ଚାଷୀମାନଙ୍କ ନିମନ୍ତେ ଯେଉଁ ମାନଦଣ୍ଡ ରହିଛି ସରକାର ତାହାକୁ କୋହଳ ନକଲେ ବହୁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରହି କଳାବଜାରୀର ଶିକାର ହୋଇଯିବେ ବୋଲି ଆଠଗଡ଼ ବିଧାୟକ କହିଛନ୍ତି ।
You Can Read:
ଗ୍ରାମବାସୀଙ୍କ ଦାବି ପରେ ମାପଚୁପ ହେଲା ନଦୀ ଘାଟ, ହଟିବ ଜବରଦଖଲ