ଆଡଭାନୀଙ୍କୁ ଭେଟିଲେ ଜେପି ନଡ୍ଡା ଓ ଅମିତ ଶାହ

ଭାରତ ରତ୍ନ ପାଇବା ଲାଗି ଲାଲକୃଷ୍ଣ ଆଡଭାନୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଏଥିଲାଗି ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ ଜେପି ନଡ୍ଡା ଓ ଅମିତ ଶାହ।

ଆଡଭାନୀଙ୍କୁ ଭେଟିଲେ ଜେପି ନଡ୍ଡା ଓ ଅମିତ ଶାହ

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସେମାନେ ତାଙ୍କୁ ଭେଟିଛନ୍ତି। ଭାରତ ରତ୍ନ ପାଇବା ଲାଗି ଲାଲକୃଷ୍ଣ ଆଡଭାନୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଏଥିଲାଗି ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ ଜେପି ନଡ୍ଡା ଓ ଅମିତ ଶାହ।

ପୂର୍ବରୁ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ ଓ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁଖ ଆଡଭାନୀଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ।

ଲାଲକୃଷ୍ଣ ଆଡଭାନୀଙ୍କ ରାଜନୀତିରେ ଦୀର୍ଘଦିନର ଅଭିଜ୍ଞତା ରହିଛି। ପ୍ରାୟ ତିନି ଦଶନ୍ଧି ଧରି ସେ ସାଂସଦ ରହିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଉପ ପ୍ରଧାନମନ୍ତ୍ରୀ ରହିବା ସହ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଆଡଭାନୀ ଭାରତୀୟ ଜନତା ପାର୍ଟିର ସର୍ବାଧିକ ସମୟ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ରହିଥିଲେ। ଏହି ବରିଷ୍ଠ ନେତାଙ୍କୁ ଭାରତ ରତ୍ନ ସମ୍ମାନ ମିଳିବା ଲାଗି ଘୋଷଣା ହେବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।