ଆଡିଲେଡ୍ ଟେଷ୍ଟରେ ଭାରତର ସଂଘର୍ଷ ; ଦ୍ବିତୀୟ ଇନିଂସରେ ୫ ୱିକେଟରେ ୧୨୮ ରନରୁ ଆରମ୍ଭ କରିବ ଖେଳ
କନକ ବ୍ୟୁରୋ: ଆଡିଲେଡରେ ଚାଲିଥିବା ବର୍ଡର-ଗାଭାସ୍କର ସିରିଜର ଦ୍ବିତୀୟ ଟେଷ୍ଟରେ ଭାରତର ଦୟନୀୟ ସ୍ଥିତି। ପରାଜୟ ଦ୍ବାରଦେଶରେ ଭାରତ। ଦ୍ବିତୀୟ ଦିନ ଷ୍ଟମ୍ପସ ସୁଦ୍ଧା ଭାରତ ଦ୍ବିତୀୟ ଇନିଂସରେ ୫ ୱିକେଟ୍ ହରାଇ ୧୨୮ ରନ୍ କରିଛି। ଏବେବି ୨୯ ରନରେ ପଛୁଆ ରହିଛି। ରିଷଭ ପନ୍ତ ୨୮ ଓ ନୀତିଶ ରେଡ୍ଡୀ ୧୫ ରନ୍ କରି କ୍ରିଜରେ ଅଛନ୍ତି। ଇନିଂସ ପରାଜୟ ଏଡାଇବାକୁ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ସଂଘର୍ଷ କରୁଛନ୍ତି। ଭାରତ ପ୍ରଥମ ଇନିଂସରେ ୧୮୦ ରନ୍ କରି ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ଟ୍ରାଭିସ୍ ହେଡଙ୍କ ଶତକ ସହାୟତାରେ ୩୩୭ ରନ୍ କରିଥିଲା। ୫ ଟିକିଆ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜିତି ଭାରତ ୧-୦ରେ ଆଗୁଆ ରହିଛି।