ଆଡ୍ମିଟ୍ କାର୍ଡ ପାଇଁ ଟଙ୍କା
ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍ମିଟ୍ କାର୍ଡ ଦେବା ସମୟରେ ଟଙ୍କା ଆଦାୟ କରାଯାଇଛି। ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି। ସ୍କୁଲ କର୍ତ୍ତୃପକ୍ଷ ଆଡ୍ମିଟ୍ କାର୍ଡ ପାଇଁ ଟଙ୍କା ଆଦାୟ କଥାକୁ ଅସ୍ବୀକାର କରୁଛନ୍ତି। ବିଇଓ ଶୁଭେନ୍ଦୁ କୁମାର ମଣ୍ଡଳ ଶୁକ୍ରବାର ସ୍କୁଲରେ ପହଞ୍ଚତ୍ ଘଟଣାର ତଦନ୍ତ କରିଛନ୍ତି। ଏହି ଘଟଣାକୁ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ […] The post ଆଡ୍ମିଟ୍ କାର୍ଡ ପାଇଁ ଟଙ୍କା appeared first on Dharitri Odia News.
ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍ମିଟ୍ କାର୍ଡ ଦେବା ସମୟରେ ଟଙ୍କା ଆଦାୟ କରାଯାଇଛି। ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି। ସ୍କୁଲ କର୍ତ୍ତୃପକ୍ଷ ଆଡ୍ମିଟ୍ କାର୍ଡ ପାଇଁ ଟଙ୍କା ଆଦାୟ କଥାକୁ ଅସ୍ବୀକାର କରୁଛନ୍ତି। ବିଇଓ ଶୁଭେନ୍ଦୁ କୁମାର ମଣ୍ଡଳ ଶୁକ୍ରବାର ସ୍କୁଲରେ ପହଞ୍ଚତ୍ ଘଟଣାର ତଦନ୍ତ କରିଛନ୍ତି। ଏହି ଘଟଣାକୁ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ନାପସନ୍ଦ କରିବା ସହ ଟଙ୍କା ନେଇଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସୂଚନାନୁଯାୟୀ, ଚନ୍ଦାହାଣ୍ଡି ଅଞ୍ଚଳରେ ଏବେ ଏକ ଭିଡିଓ ଭାଇରାଲ ହେଉଛି; ଯେଉଁଥିରେ ପାନାବେଡ଼ା ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଆଡ୍ମିଟ କାର୍ଡ ନେଉଥିବା ସମୟରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପିଲାଙ୍କୁ ଟଙ୍କା ମାଗୁଛନ୍ତି। ପିଲାମାନେ ଟଙ୍କା ଦେଇ ଆଡ୍ମିଟ କାର୍ଡ ନେଉଥିବା ଉକ୍ତ ଭାଇରାଲ ଭିଡିଓରେ ଦେଖାଯାଉଛି। ତେବେ ଟଙ୍କା କ’ଣ ପାଇଁ ମଗାଯାଇଛି ପିଲାମାନେ ଜାଣି ନ ଥିବା ବେଳେ ୧୦୦ଟଙ୍କା ଦେଇ ଆଡ୍ମିଟ କାର୍ଡ ନେଇଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶରତ କୁମାର ମାଝିଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜାଣି ନ ଥିବା କହିଥିଲେ। ଏକ ଭୋଜି ସମୟରେ ପିଲାମାନେ ଉଠାଇଥିବା ଫଟୋ ଦେବା ବାବଦରେ ଶିକ୍ଷକମାନେ ଟଙ୍କା ମାଗିଥାଇପାରନ୍ତି ବୋଲି କହିବା ସହ ଏହାର ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି। ଭାଇରାଲ ଭିଡିଓରେ ଟଙ୍କା ନେଉଥିବା କ୍ରୀଡ଼ା ଶିକ୍ଷକଙ୍କୁ ପଚାରିବାରୁ ଫଟୋ ପାଇଁ ଉକ୍ତ ଟଙ୍କା ନିଆଯାଇଥିବା ସେ କହିଛନ୍ତି। ଚନ୍ଦାହାଣ୍ଡି ବିଇଓ ଶୁଭେନ୍ଦୁ କୁମାର ମଣ୍ଡଳଙ୍କୁ ପଚାରିବାରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଆଡ୍ମିଟ୍ କାର୍ଡ ପାଇଁ କୌଣସି ଟଙ୍କା ନିଆଯାଏ ନାହିଁ ବୋଲି କହିବା ସହ ଏହାର ତଦନ୍ତ କରାଯାଇଛି। ଅଭିଯୋଗ ପ୍ରମାଣ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
The post ଆଡ୍ମିଟ୍ କାର୍ଡ ପାଇଁ ଟଙ୍କା appeared first on Dharitri Odia News.