ଆଣ୍ଡାମାନ୍ ସାଗରରୁ ୫ ଟନ୍ ଡ୍ରଗ୍ସ ଜବତ
ନୂଆଦିଲ୍ଲୀ,୨୬ା୧୧: ଆଣ୍ଡାମାନ୍ ସାଗରରେ ଏକ ମାଛଧରା ବୋଟ୍ରୁ ତଟସୁରକ୍ଷା ବାହିନୀ (ଆଇସିଜି) ୫ ଟନ୍ରୁ ଊର୍ଦ୍ଧ୍ୱ ଡ୍ରଗ୍ସ ଜବତ କରିଛି। ମ୍ୟାନ୍ମାର ଫିଶିଂ ବୋଟ୍ରୁ ଏହି ମେଥାମ୍ଫେଟାମାଇନ୍ ଜବତ ହୋଇଛି, ଯାହାକି ସାମୁଦ୍ରିକ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଦ୍ୱାରା ସର୍ବାଧିକ ଚୋରା ନିଶାଦ୍ରବ୍ୟ ଜବତ ଘଟଣା ବୋଲି କୁହାଯାଉଛି। ନିଶାଦ୍ରବ୍ୟ ନିରୋଧୀ ସଂସ୍ଥା ଦ୍ୱାରା କ୍ରମାଗତ ଜଳପଥରେ ଆସୁଥିବା ନିଶାଦ୍ରବ୍ୟକୁ ଜବତ କରାଯାଇଛି। ଚଳିତ ମାସ ଆରମ୍ଭରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଭାରତୀୟ ନୌସେନା ଏବଂ ଗୁଜରାଟ […] The post ଆଣ୍ଡାମାନ୍ ସାଗରରୁ ୫ ଟନ୍ ଡ୍ରଗ୍ସ ଜବତ appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୧୧: ଆଣ୍ଡାମାନ୍ ସାଗରରେ ଏକ ମାଛଧରା ବୋଟ୍ରୁ ତଟସୁରକ୍ଷା ବାହିନୀ (ଆଇସିଜି) ୫ ଟନ୍ରୁ ଊର୍ଦ୍ଧ୍ୱ ଡ୍ରଗ୍ସ ଜବତ କରିଛି। ମ୍ୟାନ୍ମାର ଫିଶିଂ ବୋଟ୍ରୁ ଏହି ମେଥାମ୍ଫେଟାମାଇନ୍ ଜବତ ହୋଇଛି, ଯାହାକି ସାମୁଦ୍ରିକ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଦ୍ୱାରା ସର୍ବାଧିକ ଚୋରା ନିଶାଦ୍ରବ୍ୟ ଜବତ ଘଟଣା ବୋଲି କୁହାଯାଉଛି। ନିଶାଦ୍ରବ୍ୟ ନିରୋଧୀ ସଂସ୍ଥା ଦ୍ୱାରା କ୍ରମାଗତ ଜଳପଥରେ ଆସୁଥିବା ନିଶାଦ୍ରବ୍ୟକୁ ଜବତ କରାଯାଇଛି। ଚଳିତ ମାସ ଆରମ୍ଭରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଭାରତୀୟ ନୌସେନା ଏବଂ ଗୁଜରାଟ ପୋଲିସ ଏଟିଏସ୍ ସହାୟତାରେ ଗୁଜରାଟ ଉପକୂଳରୁ ୭୦୦ କେ.ଜି. ମେଥାମ୍ଫେଟାମାଇନ୍ ଜବତ କରାଯିବା ସହ ୮ ଜଣ ଇରାନୀୟଙ୍କୁ ଗିରଫ କରାଯାଇଥିଲା। ଗୋଇନ୍ଦା ସୂଚନା ଆଧାରରେ ‘ସାଗର ମନ୍ଥନ-୪’ ନାମରେ ଏହି ଅଭିଯାନ ଜାରି ରହିଛି।
The post ଆଣ୍ଡାମାନ୍ ସାଗରରୁ ୫ ଟନ୍ ଡ୍ରଗ୍ସ ଜବତ appeared first on Dharitri Odia News.