ଆତଙ୍କ ସୃଷ୍ଟି କରୁଥବା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍, ରେଡିଓକୋଲାର ଲଗାଇଲା ବନ ବିଭାଗ
ଟେନ୍ସା,୧୮ା୯(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଓ ବରସୁଆଁ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଗତ ୫ବର୍ଷ ଧରି ଆତଙ୍କ ଚଳାଉଥିଲା। ଦନ୍ତାହାତୀଟିକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରି ରେଡିଓକୋଲାର ଲାଗାଇଥିବା ଜଣାପଡିଛି । ଟ୍ରାଙ୍କୁଲାଇଜ କରିବାରେ ସାତକୋଶିଆ ଟାଇଗର ରିଜର୍ଭ ଟିମ୍ର ଭେଟେନାରୀ ଡାକ୍ତର ଦଳ ସମେତ ବନ ବିଭାଗର ୫ଟି ଟିମ୍, ବଣାଇ ଡିଏଫ୍ଓ ଲଳିତ କୁମାର ପାତ୍ର,କୋଇଡ଼ା ରେଞ୍ଜର ଗୌତମ ପ୍ରଧାନ, ବରସୁଆଁ ରେଞ୍ଜର ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଜାମୁଢ଼ି […] The post ଆତଙ୍କ ସୃଷ୍ଟି କରୁଥବା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍, ରେଡିଓକୋଲାର ଲଗାଇଲା ବନ ବିଭାଗ appeared first on Dharitri Odia News.
ଟେନ୍ସା,୧୮ା୯(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଓ ବରସୁଆଁ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଗତ ୫ବର୍ଷ ଧରି ଆତଙ୍କ ଚଳାଉଥିଲା। ଦନ୍ତାହାତୀଟିକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରି ରେଡିଓକୋଲାର ଲାଗାଇଥିବା ଜଣାପଡିଛି । ଟ୍ରାଙ୍କୁଲାଇଜ କରିବାରେ ସାତକୋଶିଆ ଟାଇଗର ରିଜର୍ଭ ଟିମ୍ର ଭେଟେନାରୀ ଡାକ୍ତର ଦଳ ସମେତ ବନ ବିଭାଗର ୫ଟି ଟିମ୍, ବଣାଇ ଡିଏଫ୍ଓ ଲଳିତ କୁମାର ପାତ୍ର,କୋଇଡ଼ା ରେଞ୍ଜର ଗୌତମ ପ୍ରଧାନ, ବରସୁଆଁ ରେଞ୍ଜର ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଜାମୁଢ଼ି ଜଙ୍ଗଲରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ରେଡିଓକୋଲାର ଲଗାଯାଇଥିଲା। ଏହି ରେଡିଓକୋଲାର ଲଗାଇବା ଦ୍ୱାରା ଦନ୍ତା ହାତୀର ଗତିବିଧିକୁ ଠିକ୍ ଭାବେ ପରିଚାଳିତ ହେବ ବୋଲି ବଣାଇ ଡିଏଫ୍ଓ ଲଳିତ କୁମାର ପାତ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଏହି ହାତୀଟି ଅନେକ ସମୟରେ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ କହିବା ସହିତ ଫସଲ ନଷ୍ଟ କରିଥାଏ। ଗତ ୫ବର୍ଷ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି ଏହି ହାତୀ। ବିଭିନ୍ନ ସମୟରେ ଲୋକମାନେ ରେଞ୍ଜ ଅଫିସ ଘେରାଉ କରିବା ସହିତ ଆନ୍ଦୋଳନ ମଧ୍ୟ କରିଛନ୍ତି। ବାରମ୍ବାର ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଦାବି ହୋଇ ଆସୁଥିଲା। ଏ ନେଇ ବଣାଇର କୌଣସି ଡିଏଫ୍ଓ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ। ଯାହା ନେଇ ସବୁବେଳେ ହାତୀ ମଣିଷ ଲଢ଼େଇରେ ଅନେକ ଲୋକଙ୍କ ଜୀବନ ଯିବା ସହିତ ଅନେକ ହାତୀକୁ ମଧ୍ୟ ବିଭିନ୍ନ ଉପାୟରେ ମାରି ଦେବାର ନଜିର ରହିଛି। ଏ ନେଇ ବଣାଇ ଡିଏଫ୍ଓ ଲଳିତ କୁମାର ପାତ୍ର ଗୁରୁତର ନେଇ ଉପରସ୍ଥ ଅଧିକାରୀ ଓ ସରକାରଙ୍କ ସହିତ ଆଲୋଚନା କରିବା ପରେ ହାତୀକୁ ଟ୍ରାଙ୍କୁଲାଇଜ୍ ରେଡିଓକୋଲାର ଲଗାଯାଇଥିଲା।
The post ଆତଙ୍କ ସୃଷ୍ଟି କରୁଥବା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍, ରେଡିଓକୋଲାର ଲଗାଇଲା ବନ ବିଭାଗ appeared first on Dharitri Odia News.