ଆତଙ୍କବାଦୀଙ୍କ ଆକ୍ରମଣ ଜଣେ ସିଆରପିଏଫ୍ ଅଧିକାରୀ ସହିଦ
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଉଧାମପୁର ଜିଲ୍ଲାର ଡୁଡୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ସୋମବାର ଜଣେ ସିଆରପିଏଫ୍ ଅଧିକାରୀ ସହିଦ ହୋଇଛନ୍ତି। ମୃତ ଅଧିକାରୀ ସିଆରପିଏଫରେ ଇନ୍ସପେକ୍ଟର ଥିଲେ। ଡୁଡୁ ପୁଲିସ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର ଏକ ପୋଷ୍ଟ ନିର୍ମାଣ ଚାଲିଛି। ଏହି ପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେଲେ ସେଠାରେ ସିଆରପିଏଫ୍ର ଏକ ବାଟାଲିୟନକୁ ମୁତୟନ କରାଯିବ। ସେହି ପୋଷ୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବା ପାଇଁ ଏକ ଟିମ୍ ସହିତ […]

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଉଧାମପୁର ଜିଲ୍ଲାର ଡୁଡୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ସୋମବାର ଜଣେ ସିଆରପିଏଫ୍ ଅଧିକାରୀ ସହିଦ ହୋଇଛନ୍ତି। ମୃତ ଅଧିକାରୀ ସିଆରପିଏଫରେ ଇନ୍ସପେକ୍ଟର ଥିଲେ। ଡୁଡୁ ପୁଲିସ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର ଏକ ପୋଷ୍ଟ ନିର୍ମାଣ ଚାଲିଛି। ଏହି ପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେଲେ ସେଠାରେ ସିଆରପିଏଫ୍ର ଏକ ବାଟାଲିୟନକୁ ମୁତୟନ କରାଯିବ। ସେହି ପୋଷ୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବା ପାଇଁ ଏକ ଟିମ୍ ସହିତ ସେଠାକୁ ଯାଇଥିଲେ ସହିଦ ହୋଇଥିବା ଏହି ସିଆରପିଏଫ ଇନ୍ସପେକ୍ଟର। ସେତେବେଳେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଥିଲା।