ଆତଙ୍କବାଦୀଙ୍କ ଆତଙ୍କ ଭୁଲି ପୁଣି ପହଲଗାମ ଫେରିଲେ ସ୍ୱଦେଶୀ ଓ ବିଦେଶୀ ପର୍ଯ୍ୟଟକ: ପହଞ୍ଚିଲେ ବଲିଉଡ୍ ଅଭିନେତା
ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ୬ ଦିନ ପରେ ଧୀରେ ଧୀରେ ସ୍ୱଭାବିକ ହେଉଛି କାଶ୍ମୀର ପର୍ଯ୍ୟଟନ। ଆତଙ୍କବାଦୀ କ୍ରୁର ଗଣହତ୍ୟାକୁ ଭୁଲି ଭୂସ୍ୱର୍ଗ ଆଡ଼କୁ ମୁହାଇଁଲେଣି ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ମଧ୍ୟ ପୁଣି ଥରେ ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଆରମ୍ଭ କରିଛି କାଶ୍ମୀର ଉପତ୍ୟାକା। ଦେଶର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଏବେ କାଶ୍ମୀର ଆସୁଥିବାର ଦେଖିବାକୁ ମିଳିଛି।ମହମ୍ମଦ ଅନସ ନାମକ ଜଣେ ଗୁଜରାଟୀ ପର୍ଯ୍ୟଟକ ଏନେଇ ଏନ୍ଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଚିନ୍ତା କରିବାର କିଛି ନାହିଁ। ସେନା, ସରକାର ଏବଂ ସ୍ଥାନୀୟ ଲୋକମାନେ ଆମ ସହିତ ଅଛନ୍ତି ଏବଂ ଆମର ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ଘଟଣା ପରେ ଆମେ ଭୟଭୀତ ହୋଇଯାଇଥିଲୁ, ଆମେ ତୁରନ୍ତ ସେଠାରୁ ଚାଲିଯିବାକୁ ଚାହୁଁଥିଲୁ, କିନ୍ତୁ ସ୍ଥାନୀୟ ଲୋକ ଏବଂ ସେନା ଆମକୁ ପ୍ରେରଣା ଦେଇଥିଲେ, ଏବଂ ଆମେ ଆମର ଯାତ୍ରା ଜାରି ରଖିଛୁ।”ପଢନ୍ତୁ- ପିଲା, ବୟସ୍କ ଓ ମହିଳା ଡରୁଛନ୍ତି: ଘର ଧ୍ୱଂଶ କାର୍ଯ୍ୟ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କାଶ୍ମୀର ନେତାବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ସମାନ ଆଭିମୁଖ୍ୟ ରହିଛି। କ୍ରୋସିଆରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି “ଆମେ ଏଠାରେ ୩-୪ ଦିନ ହେଲା ଅଛୁ ଏବଂ ଆମେ ବହୁତ ସୁରକ୍ଷିତ ଅନୁଭବ କରୁଛୁ। ତୁମ ଦେଶ ବହୁତ ସୁନ୍ଦର, ଆମର କୌଣସି ସମସ୍ୟ
ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ୬ ଦିନ ପରେ ଧୀରେ ଧୀରେ ସ୍ୱଭାବିକ ହେଉଛି କାଶ୍ମୀର ପର୍ଯ୍ୟଟନ। ଆତଙ୍କବାଦୀ କ୍ରୁର ଗଣହତ୍ୟାକୁ ଭୁଲି ଭୂସ୍ୱର୍ଗ ଆଡ଼କୁ ମୁହାଇଁଲେଣି ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ମଧ୍ୟ ପୁଣି ଥରେ ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଆରମ୍ଭ କରିଛି କାଶ୍ମୀର ଉପତ୍ୟାକା। ଦେଶର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଏବେ କାଶ୍ମୀର ଆସୁଥିବାର ଦେଖିବାକୁ ମିଳିଛି।
ମହମ୍ମଦ ଅନସ ନାମକ ଜଣେ ଗୁଜରାଟୀ ପର୍ଯ୍ୟଟକ ଏନେଇ ଏନ୍ଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଚିନ୍ତା କରିବାର କିଛି ନାହିଁ। ସେନା, ସରକାର ଏବଂ ସ୍ଥାନୀୟ ଲୋକମାନେ ଆମ ସହିତ ଅଛନ୍ତି ଏବଂ ଆମର ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ଘଟଣା ପରେ ଆମେ ଭୟଭୀତ ହୋଇଯାଇଥିଲୁ, ଆମେ ତୁରନ୍ତ ସେଠାରୁ ଚାଲିଯିବାକୁ ଚାହୁଁଥିଲୁ, କିନ୍ତୁ ସ୍ଥାନୀୟ ଲୋକ ଏବଂ ସେନା ଆମକୁ ପ୍ରେରଣା ଦେଇଥିଲେ, ଏବଂ ଆମେ ଆମର ଯାତ୍ରା ଜାରି ରଖିଛୁ।”

ବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ସମାନ ଆଭିମୁଖ୍ୟ ରହିଛି। କ୍ରୋସିଆରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି “ଆମେ ଏଠାରେ ୩-୪ ଦିନ ହେଲା ଅଛୁ ଏବଂ ଆମେ ବହୁତ ସୁରକ୍ଷିତ ଅନୁଭବ କରୁଛୁ। ତୁମ ଦେଶ ବହୁତ ସୁନ୍ଦର, ଆମର କୌଣସି ସମସ୍ୟା ହୋଇନାହିଁ। କାଶ୍ମୀର ସୁନ୍ଦର ଏବଂ ସୁରକ୍ଷିତ। ଲୋକମାନେ ବହୁତ ଦୟାଳୁ। ଆମେ କାଶ୍ମୀରରେ ପହଞ୍ଚିବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ବିଷୟରେ ଶୁଣିଥିଲୁ। ଆମେ ଏଠାକୁ ଆସିଛୁ। ଆମେ ସୁରକ୍ଷିତ ଅନୁଭବ କରୁଛୁ।”
ସେହିପରି କ୍ରୋସିଆର ଅନ୍ୟ ଜଣେ ପର୍ଯ୍ୟଟକ କହିଛନ୍ତି “ଏଠାରେ ମୋର ଅନୁଭବ ବହୁତ ହେଲା। ମୋତେ ବହୁତ ବନ୍ଧୁ ମିଳିଗଲେ। ଏଠାକାର ଲୋକମାନେ ବହୁତ ଅତିଥିପରାୟଣ। ଏଭଳି ଘଟଣା(ଆତଙ୍କବାଦୀ ଘଟଣା) ଶୁଣିବା ଛୋଟ କଥା ନୁହେଁ। ତେବେ ମୋତେ କୌଣସି ଭୟ ଅନୁଭବ ହେଉ ନାହିଁ। ମୁଁ ଆଦୌ ଅସହଜ ଅନୁଭବ କରୁ ନାହିଁ। ଏହା ନିୟମିତ ଘଟୁଥିବା କଥା ନୁହେଁ, ଏହା ବେଳେବେଳେ ଘଟେ ଏବଂ ଏହା ସବୁଠି ଘଟେ। ଦୁନିଆରେ କୌଣସି ସ୍ଥାନ କୌଣସି ସୁରକ୍ଷିତ ନଥାଏ।”

ଏପ୍ରିଲ ୨୨ ତାରିଖ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଜାମ୍ମୁ-କାଶ୍ମୀରରୁ ଏକାଧିକ ପର୍ଯ୍ୟଟକ ମୁହଁ ଫେରାଇନଥିଲେ। ପ୍ରାୟ ୯୦ ପ୍ରତିଶତ ବିମାନ ଓ ଅନ୍ୟାନ୍ୟ ବୁକିଂ ବନ୍ଦ ହୋଇଯାଇଥିଲା। ଏହାପରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନେଇ ଦୁଃଖ ପ୍ରକାଶ କରିବା ସହିତ ପର୍ଯ୍ୟଟକଙ୍କୁ ପୁଣିଥରେ ଉପତ୍ୟାକାକୁ ଆସିବାକୁ ଅନୁରୋଧ କରିଥିଲେ। ଇତିମଧ୍ୟରେ ଏକାଧିକ ବଲିଉଡ୍ ଅଭିନେତା ମଧ୍ୟ କାଶ୍ମୀର ପର୍ଯ୍ୟଟକ ଯିବା ଦରକାର ବୋଲି ଅନୁରୋଧ କରିଥିଲେ।
ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି ମଧ୍ୟ ରବିବାର ଜାମ୍ମୁକାଶ୍ମୀରରେ ପହଞ୍ଚି ଲୋକଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ସୁନୀଲ ସେଠୀ ମଧ୍ୟ ଜାମ୍ମୁ-କାଶ୍ମୀର ପରିଦର୍ଶନ ଯିବେ ବୋଲି କହିସାରିଛନ୍ତି।