ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ
ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର କିସ୍ତଓ୍ବାଡା ଜିଲାର ଚଟୁର୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ଶହୀଦ ହୋଇଯାଇଛନ୍ତି। ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଶହୀଦ ହୋଇଥିବା ସୈନିକମାନେ କନଷ୍ଟେବଳ ଅରବିନ୍ଦ ସିଂ ଏବଂ ଭିପିନ କୁମାର ବୋଲି ଜଣାପଡିଛି। ଆହତ ହୋଇଥିବା ସୈନିକଙ୍କ ମଧ୍ୟରେ ନାଏବ ସୁବେଦାର ବିପାନ କୁମାର ଏବଂ କନଷ୍ଟେବଳ ଅରବିନ୍ଦ ସିଂ ଅଛନ୍ତି। ଗୁପ୍ତ ସୂଚନା ଆଧାରରେ ସୁରକ୍ଷା ବାହିନୀ ଚଟୁର୍ ଅଞ୍ଚଳର ନାଇଡଗାମ […] The post ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର କିସ୍ତଓ୍ବାଡା ଜିଲାର ଚଟୁର୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ଶହୀଦ ହୋଇଯାଇଛନ୍ତି। ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଶହୀଦ ହୋଇଥିବା ସୈନିକମାନେ କନଷ୍ଟେବଳ ଅରବିନ୍ଦ ସିଂ ଏବଂ ଭିପିନ କୁମାର ବୋଲି ଜଣାପଡିଛି। ଆହତ ହୋଇଥିବା ସୈନିକଙ୍କ ମଧ୍ୟରେ ନାଏବ ସୁବେଦାର ବିପାନ କୁମାର ଏବଂ କନଷ୍ଟେବଳ ଅରବିନ୍ଦ ସିଂ ଅଛନ୍ତି।
ଗୁପ୍ତ ସୂଚନା ଆଧାରରେ ସୁରକ୍ଷା ବାହିନୀ ଚଟୁର୍ ଅଞ୍ଚଳର ନାଇଡଗାମ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଏବଂ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଏହି ଘଟଣା କିସ୍ତଓ୍ବାଡାରେ ଘଟିଛି। ଜାମ୍ମୁ କଶ୍ମୀରରେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାର ଦିନ ପାଖେଇ ଆସୁଛି ଏବଂ ନିର୍ବାଚନ ବୈଠକ ଚାଲିଛି। ସେପ୍ଟେମ୍ବର ୧୮ରେ ୟୁନିଅନ ଟେରିଟୋରୀରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡୋଡାଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
#IndianArmy #GOC White Knight Corps and all ranks salute the supreme sacrifice of the #Bravehearts; offer deepest condolences to the families. @NorthernComd_IA@adgpi@SpokespersonMoD pic.twitter.com/MRV4CLBTWE
— White Knight Corps (@Whiteknight_IA) September 13, 2024
The post ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ appeared first on Dharitri Odia News.