ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ନରେଶ

କନ୍ଧମାଳ : ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ। ସରେଣ୍ଡର କଲା କେକେବିଏନ ଡିଭିଜନର କମାଣ୍ଡର ଡିସିଏମ୍ ସମ୍ମ୍ୟା ମେଡକମ୍ ଓରଫ ନରେଶ । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଗତ ୨୦ ବର୍ଷ ଧରି ସେ ମାଓ ସଙ୍ଗଠନ ସହ ଜଡ଼ିତ ଥିଲା। ସାମ୍ୟା ଘର ଛତିଶଗଡ଼ର ସୁକମା ଜିଲ୍ଲାରେ । ତା ନାଁରେ ବିଭିନ୍ନ ଜିଲ୍ଲାରେ ୧୮ ରୁ ଅଧିକ ସଙ୍ଗୀନ ମାମଲା ରହିଛି। ସାମ୍ୟା ମୁଣ୍ଡରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର […] The post ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ନରେଶ appeared first on KNews Odisha.

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ନରେଶ
mao

କନ୍ଧମାଳ : ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ। ସରେଣ୍ଡର କଲା କେକେବିଏନ ଡିଭିଜନର କମାଣ୍ଡର ଡିସିଏମ୍ ସମ୍ମ୍ୟା ମେଡକମ୍ ଓରଫ ନରେଶ । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଗତ ୨୦ ବର୍ଷ ଧରି ସେ ମାଓ ସଙ୍ଗଠନ ସହ ଜଡ଼ିତ ଥିଲା। ସାମ୍ୟା ଘର ଛତିଶଗଡ଼ର ସୁକମା ଜିଲ୍ଲାରେ ।

ତା ନାଁରେ ବିଭିନ୍ନ ଜିଲ୍ଲାରେ ୧୮ ରୁ ଅଧିକ ସଙ୍ଗୀନ ମାମଲା ରହିଛି। ସାମ୍ୟା ମୁଣ୍ଡରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ। ପୋଲିସର ଲଗାତାର ମାଓ ବିରୋଧୀ ଅପରେସନ ଓ ଏବଂ ମାଓ ସଂଗଠନର ଅସହ୍ୟ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିବା କହିଛି ସମ୍ୟା। ଗଞ୍ଜେଇ ଚୋରା ଚାଲାଣ ଓ ବ୍ୟବସାୟରେ ମାଓବାଦୀଙ୍କ ସଂପୃକ୍ତି ନେଇ ବଡ ତଥ୍ୟ ମିଳିଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି।

The post ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ନରେଶ appeared first on KNews Odisha.