ଆତ୍ମସମର୍ପଣ କଲେ ନାବାଳକ ମାଓବାଦୀ, ଯାହାଙ୍କ ନାମରେ ଘୋଷିତ ହୋଇଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର
ମାଲକାନଗିରି,୨୧ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ନିକଟରେ ଛତିଶଗଡ଼ ସୁକ୍ମା ଜିଲାର ଜଣେ ୨ ଲକ୍ଷ ପୁରସ୍କାର ଘୋଷିତ ନାବାଳକ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲାକୁ ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଆସିଥିବା ବେଳେ ଏସ୍ପି ନିତେଶ ବାଧ୍ୱାନୀଙ୍କ ନିକଟରେ ଉକ୍ତ ନାବାଳକ ଜଣକ ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ଡିଆଇଜି ମୀନା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଛତିଶଗଡ ସୁକ୍ମା ଜିଲା ଜାଗୁରକୋଣ୍ଡା ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳକ […] The post ଆତ୍ମସମର୍ପଣ କଲେ ନାବାଳକ ମାଓବାଦୀ, ଯାହାଙ୍କ ନାମରେ ଘୋଷିତ ହୋଇଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର appeared first on Dharitri Odia News.
ମାଲକାନଗିରି,୨୧ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ନିକଟରେ ଛତିଶଗଡ଼ ସୁକ୍ମା ଜିଲାର ଜଣେ ୨ ଲକ୍ଷ ପୁରସ୍କାର ଘୋଷିତ ନାବାଳକ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲାକୁ ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଆସିଥିବା ବେଳେ ଏସ୍ପି ନିତେଶ ବାଧ୍ୱାନୀଙ୍କ ନିକଟରେ ଉକ୍ତ ନାବାଳକ ଜଣକ ଆତ୍ମସମର୍ପଣ କରିଛନ୍ତି।
ଏ ସମ୍ପର୍କରେ ଡିଆଇଜି ମୀନା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଛତିଶଗଡ ସୁକ୍ମା ଜିଲା ଜାଗୁରକୋଣ୍ଡା ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ସରକାର ତାଙ୍କ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ବେଳେ ସେ ୨୦୨୩ରେ ସିପିଆଇ(ମାଓବାଦୀ) ସଂଘରେ ଯୋଗ ଦେଇଥିଲେ। ସେ ପିଏଲ୍ଜିଏ ବାଟାଲିୟନ ନଂ. ୧(କମ୍ପାନୀ ନଂ. ୩ର ହିଡମା ବାଟାଲିୟନ) ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ। ସେ ଡିସେମ୍ବର ୨୦୨୩ରେ ଘଟିଥିବା ପୋଲିସ ଓ ମାଓବାଦୀଙ୍କ ଗୁଳି ବିନିମୟରେ ସାମିଲଥିଲେ। ଏଥିରେ ୫ ପୋଲିସ ଓ ୩ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା।
ସେହିପରି ମେ’ ୨୦୨୪ରେ ଜିରାମଠାରେ ଘଟିଥିବା ଗୁଳି ବିନିମୟରେ ସେ ସାମିଲ ଥିଲେ। ଏହି ଗୁଳି ବିନିମୟରେ ମଧ୍ୟ ୪ ଜଣ ପୋଲିସଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ମାଓବାଦୀ ଆହତ ହୋଇଥିଲେ। ଏଥିସହ ତିମାପୁରମରେ ପିକ୍ଅପ୍ ଭ୍ୟାନକୁ ଲ୍ୟାଣ୍ଡମାଇନ୍ରେ ଉଡ଼ାଇବା ଘଟଣାରେ ମଧ୍ୟ ସାମିଲ ଥିଲେ। ସରକାରଙ୍କ ଥଇଥାନ ନୀତି ଅନୁଯାୟୀ, ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଡିଆଇଜି ମୀନା ସୂଚନା ଦେଇଛନ୍ତି।
The post ଆତ୍ମସମର୍ପଣ କଲେ ନାବାଳକ ମାଓବାଦୀ, ଯାହାଙ୍କ ନାମରେ ଘୋଷିତ ହୋଇଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର appeared first on Dharitri Odia News.