ଆତ୍ମହତ୍ୟା କଲେ ‘The Trial’ ଫେମ୍ ନୁର ମାଲବିକା, ଘରୁ ମିଳିଲା ମୃତଦେହ

ମୁମ୍ଵାଇ ୧୦।୦୬: OTT ସିରିଜ୍ ଅଭିନେତ୍ରୀ ତଥା ମ୍ୟୁଜିକ୍ ଭିଡିଓ ମଡେଲ୍ ନୁର ମାଲବିକା ଏକ ସପ୍ତାହ ପୂର୍ବରୁ ନିଜ ଆତ୍ମହତ୍ୟା କରିଥିଲେ। ୬ ଜୁନରେ ତାଙ୍କ ଫ୍ଲାଟରୁ ପୋଲିସ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଫ୍ଲାଟରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ ପଡୋଶୀମାନେ ଅଭିଯୋଗ କରିଥିଲେ, ପରେ ଓଶିୱାରା ପୋଲିସ ତାଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲା। ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଗଲେ ନୁର ଶୋଇବା ଘରେ ଫ୍ୟାନ୍‌ରେ ଝୁଲି ପଡିଥିବା ନେଇ ଜଣାପଡିଛି ।  ପୋଲିସ ସୂତ୍ର ଅନୁଯାୟୀ, ଫ୍ଲାଟରୁ କ୍ରମାଗତ ଦୁର୍ଗନ୍ଧ ଆସୁଥିବାରୁ ନୁର ମାଲବିକାଙ୍କ ପଡ଼ୋଶୀମାନେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ଓଶିୱାରା ପୋଲିସ କବାଟ ଭାଙ୍ଗି ଫ୍ଲାଟରୁ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ମୃତଦେହକୁ ଫ୍ୟାନ୍ସରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ଏହା ପରେ ପୋଲିସ ଘର ଭିତରୁ ବହୁତ ଖୋଜାଖୋଜି କରିବା ପରେ ଔଷଧ, ମୋବାଇଲ୍ ଫୋନ୍ ଏବଂ ଡାଏରୀ ପାଇଥିଲା ।  ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା ପରେ ସହ ଅଭିନେତ୍ରୀଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ମୃତଦେହକୁ କେହି ନେଇ ନଥିଲେ। ଶେଷରେ ଏକ ଏନଜିଓ ସହାୟତାରେ ରବିବାର ଦିନ ଅଭିନେତ୍ରୀଙ୍କ ଶେଷ ରୀତିନୀତି କରାଯାଇଥିଲା। ବର୍ତ୍ତମାନ ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯାଉଛି।  

ଆତ୍ମହତ୍ୟା କଲେ ‘The Trial’ ଫେମ୍ ନୁର ମାଲବିକା, ଘରୁ ମିଳିଲା ମୃତଦେହ

ମୁମ୍ଵାଇ ୧୦।୦୬: OTT ସିରିଜ୍ ଅଭିନେତ୍ରୀ ତଥା ମ୍ୟୁଜିକ୍ ଭିଡିଓ ମଡେଲ୍ ନୁର ମାଲବିକା ଏକ ସପ୍ତାହ ପୂର୍ବରୁ ନିଜ ଆତ୍ମହତ୍ୟା କରିଥିଲେ। ୬ ଜୁନରେ ତାଙ୍କ ଫ୍ଲାଟରୁ ପୋଲିସ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଫ୍ଲାଟରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ ପଡୋଶୀମାନେ ଅଭିଯୋଗ କରିଥିଲେ, ପରେ ଓଶିୱାରା ପୋଲିସ ତାଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲା। ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଗଲେ ନୁର ଶୋଇବା ଘରେ ଫ୍ୟାନ୍‌ରେ ଝୁଲି ପଡିଥିବା ନେଇ ଜଣାପଡିଛି ।  

ପୋଲିସ ସୂତ୍ର ଅନୁଯାୟୀ, ଫ୍ଲାଟରୁ କ୍ରମାଗତ ଦୁର୍ଗନ୍ଧ ଆସୁଥିବାରୁ ନୁର ମାଲବିକାଙ୍କ ପଡ଼ୋଶୀମାନେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ଓଶିୱାରା ପୋଲିସ କବାଟ ଭାଙ୍ଗି ଫ୍ଲାଟରୁ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ମୃତଦେହକୁ ଫ୍ୟାନ୍ସରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ଏହା ପରେ ପୋଲିସ ଘର ଭିତରୁ ବହୁତ ଖୋଜାଖୋଜି କରିବା ପରେ ଔଷଧ, ମୋବାଇଲ୍ ଫୋନ୍ ଏବଂ ଡାଏରୀ ପାଇଥିଲା ।  

ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା ପରେ ସହ ଅଭିନେତ୍ରୀଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ମୃତଦେହକୁ କେହି ନେଇ ନଥିଲେ। ଶେଷରେ ଏକ ଏନଜିଓ ସହାୟତାରେ ରବିବାର ଦିନ ଅଭିନେତ୍ରୀଙ୍କ ଶେଷ ରୀତିନୀତି କରାଯାଇଥିଲା। ବର୍ତ୍ତମାନ ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯାଉଛି।