ଆତ୍ମହତ୍ୟା କଲେ ଏମ୍ସ ଡାକ୍ତର; ସ୍ତ୍ରୀଙ୍କ ସହିତ ଚାଲିଥିଲା ବିବାଦ
ନୂଆଦିଲ୍ଲୀ,୧୮।୮: ସମଗ୍ର ଦେଶରେ ଡାକ୍ତର ମାନଙ୍କର ଆନ୍ଦୋଳନ ଚାଲିଥିବା ବେଳେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାନୁସାରେ, ମୃତ ଡାକ୍ତର ଜଣେ ନ୍ୟୁରୋ ସର୍ଜନ, ଯାହାଙ୍କର ବୟସ ପ୍ରାୟ ୩୪ ବର୍ଷ ଥିଲା। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ ତଦନ୍ତ ଜାରି ରହିଛି ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ […] The post ଆତ୍ମହତ୍ୟା କଲେ ଏମ୍ସ ଡାକ୍ତର; ସ୍ତ୍ରୀଙ୍କ ସହିତ ଚାଲିଥିଲା ବିବାଦ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୮: ସମଗ୍ର ଦେଶରେ ଡାକ୍ତର ମାନଙ୍କର ଆନ୍ଦୋଳନ ଚାଲିଥିବା ବେଳେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାନୁସାରେ, ମୃତ ଡାକ୍ତର ଜଣେ ନ୍ୟୁରୋ ସର୍ଜନ, ଯାହାଙ୍କର ବୟସ ପ୍ରାୟ ୩୪ ବର୍ଷ ଥିଲା। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ ତଦନ୍ତ ଜାରି ରହିଛି ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୋଲିସ ସୂତ୍ର ଅନୁଯାୟୀ ଡାକ୍ତରଙ୍କ ପତ୍ନୀଙ୍କ ସହ ବିବାଦ ଲାଗି ରହିଥିଲା। ଡାକ୍ତରଙ୍କ ପତ୍ନୀ ରାଧା ବୃନ୍ଦାବନସ୍ଥିତ ତାଙ୍କ ମା’ଙ୍କ ଘରକୁ ଯାଇଛନ୍ତି। ପୋଲିସ୍ର ପ୍ରାଥମିକ ତଦନ୍ତ ଅନୁଯାୟୀ ଆଶଙ୍କା କରାଯାଉଛି ଯେ ଆଜି ନ୍ୟୁରୋ ସର୍ଜନ ଡାକ୍ତର ଅତ୍ୟଧିକ ମାତ୍ରାରେ ଔଷଧ ସେବନ କରିବାକୁ ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ।
The post ଆତ୍ମହତ୍ୟା କଲେ ଏମ୍ସ ଡାକ୍ତର; ସ୍ତ୍ରୀଙ୍କ ସହିତ ଚାଲିଥିଲା ବିବାଦ appeared first on Dharitri Odia News.