ଆଦର୍ଶ ଗ୍ରାମ କଲରାବାଙ୍କ ବୁଲି ଦେଖିଲେ କିଟ ସ୍କୁଲ ଅଫ୍ ଲ’ ର ଛାତ୍ରଛାତ୍ରୀ
ଜଗତସିଂହପୁର : ଆଦର୍ଶ ଗ୍ରାମ କଲରାବାଙ୍କ ବୁଲି ଦେଖିଲେ କିଟ ସ୍କୁଲ ଅଫ୍ ଲ’ର ଛାତ୍ରଛାତ୍ରୀ। ଷ୍ଟଡି ଟୁରରେ ଆସି କନଷ୍ଟିଚ୍ଯୁସନ ଲ’ ପାଠ୍ୟକ୍ରମରେ ଲୋକାଲ ସେଲ ଗର୍ଭମେଣ୍ଟ ବିଷୟରେ ଜାଣିବା ପାଇଁ କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ଗ୍ରାମକୁ ବୁଲି ଦେଖିଛନ୍ତି କିଟ ସ୍କୁଲ ଅଫ ଲ’ ର ଛାତ୍ରଛାତ୍ରୀ। ପ୍ରଥମେ ମIଣପୁର ପଞ୍ଚାୟତ ଅଫିସରେ ସରପଞ୍ଚ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଭେଟି ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ଉପକାରିତା ଏବଂ […] The post ଆଦର୍ଶ ଗ୍ରାମ କଲରାବାଙ୍କ ବୁଲି ଦେଖିଲେ କିଟ ସ୍କୁଲ ଅଫ୍ ଲ’ ର ଛାତ୍ରଛାତ୍ରୀ appeared first on KNews Odisha.

ଜଗତସିଂହପୁର : ଆଦର୍ଶ ଗ୍ରାମ କଲରାବାଙ୍କ ବୁଲି ଦେଖିଲେ କିଟ ସ୍କୁଲ ଅଫ୍ ଲ’ର ଛାତ୍ରଛାତ୍ରୀ। ଷ୍ଟଡି ଟୁରରେ ଆସି କନଷ୍ଟିଚ୍ଯୁସନ ଲ’ ପାଠ୍ୟକ୍ରମରେ ଲୋକାଲ ସେଲ ଗର୍ଭମେଣ୍ଟ ବିଷୟରେ ଜାଣିବା ପାଇଁ କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ଗ୍ରାମକୁ ବୁଲି ଦେଖିଛନ୍ତି କିଟ ସ୍କୁଲ ଅଫ ଲ’ ର ଛାତ୍ରଛାତ୍ରୀ।
ପ୍ରଥମେ ମIଣପୁର ପଞ୍ଚାୟତ ଅଫିସରେ ସରପଞ୍ଚ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଭେଟି ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ଉପକାରିତା ଏବଂ ଲୋକମାନେ ପାଉଥିବା ସୁବିଧା ସୁଯୋଗ ନେଇ ଆଲୋଚନା କରି ଥିଲେ। ପରେ କଲରାବାଙ୍କରେ ପହଞ୍ଚି ପ୍ରଥମେ ମା ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଗାଁର ସ୍କୁଲ ,ମେଡିକାଲ ,ଲାଇବ୍ରେରୀ ,ମନ୍ଦିର ,କମ୍ୟୁନିଟି ହଲ ଆଦି ବୁଲି ଦେଖି ଅଭିଭୂତ ହୋଇଥିଲେ। ପରେ କଲରାବାଙ୍କର ବରପୁତ୍ର ତଥା କିଟ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହ ଭାବବିନିମୟ କରିଥିଲେ। ଗାଁକୁ ଏଭଳି ରୂପରେଖ ଦେଇଥିବାରୁ ଡ. ସାମନ୍ତଙ୍କ ଭୂୟସୀ ପ୍ରଂଶସା କରିଥିଲେ । ପରେ ପ୍ରଭୁ ରଘୁନାଥ ଜୀଉ ଓ ମହାବୀରଙ୍କ ଦର୍ଶନ କରି ମନ୍ଦିର ପରିସରରେରେ ପ୍ରସାଦ ସେବନ କରିଥିଲେ।
The post ଆଦର୍ଶ ଗ୍ରାମ କଲରାବାଙ୍କ ବୁଲି ଦେଖିଲେ କିଟ ସ୍କୁଲ ଅଫ୍ ଲ’ ର ଛାତ୍ରଛାତ୍ରୀ appeared first on KNews Odisha.