ଆଦାନୀ ଗ୍ରୁପ୍ର ବଡ଼ ଘୋଷଣା, ଓଡ଼ିଶାରେ ଆଗାମୀ ୫ ବର୍ଷରେ ୨.୩ ଲକ୍ଷ କୋଟି ଟଙ୍କା ନିବେଶ କରିବ
ଭୁବନେଶ୍ୱର: ଓଡ଼ିଶାରେ ନିବେଶ ପାଇଁ ଆଦାନୀ ଗ୍ରୁପ୍ ବଡ଼ ଯୋଜନା ପ୍ରସ୍ତୁତ କରିଛି । ଆଗାମୀ ପାଞ୍ଚ ବର୍ଷରେ ଆଦାନୀ ଗ୍ରୁପ୍ ରାଜ୍ୟରେ ୨.୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ଏହି ନିବେଶ ଶକ୍ତି, ସିମେଣ୍ଟ, ଇଣ୍ଡଷ୍ଟ୍ରିଆଲ୍ ପାର୍କ, ଆଲୁମିନିୟମ୍ ଏବଂ ସିଟି ଗ୍ୟାସ୍ ଭଳି ପ୍ରକଳ୍ପରେ ଖର୍ଚ୍ଚ ହେବ ।'ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫'ରେ ଆଦାନୀ ଗ୍ରୁପ୍ ଏହି ପୁଞ୍ଜି ନିବେଶ ନେଇ ଘୋଷଣା କରିଛି । ଆଦାନୀ ବନ୍ଦର ଏବଂ SEZ ଲିମିଟେଡ୍ (APSEZ) ପରିଚଳନା ନିର୍ଦ୍ଦେଶକ କରଣ ଆଦାନୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ସମୟରେ ପୁଞ୍ଜି ବିନିଯୋଗ ପାଇଁ ଏମଓୟୁ ସ୍ୱାକ୍ଷର କରିଛନ୍ତି ।ଆଦାନୀ ଗ୍ରୁପ୍ କହିଛି, 'ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫'ରେ କୌଣସି ସମୂହ ଦ୍ୱାରା ଏହା ହେଉଛି ସବୁଠାରୁ ବଡ଼ ପୁଞ୍ଜି ବିନିଯୋଗ ଘୋଷଣା ।ଲଞ୍ଚ୍ ହେଲା ୬ ପ୍ରକଳ୍ପଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ (ଏଟିଜିଏଲ୍) ଓଡିଶାରେ ୬ଟି ପ୍ରକଳ୍ପ ଆରମ୍ଭ କରିଛି । ଏଥିରେ ଭୁବନେଶ୍ୱର ବିମାନ ବନ୍ଦରରେ ଇଭି ଚାର୍ଜିଂ ଷ୍ଟେସନ୍, ସିଟି ଗେଟ୍ ଷ୍ଟେସନ୍ ସହିତ ମଦର ଷ୍ଟେସନ୍ ପ୍ରୋଜେକ୍ଟ ସାମିଲ ରହିଛି । ଏହା ବ୍ୟତୀତ ଭଦ୍ରକରେ ଏଲ୍ଏନ୍ଜି ଏବଂ ମଲ୍ଟି ଫୁଏଲ୍ ହବ୍, ବାଲେଶ୍ୱରରେ ସିଏନଜି ଷ୍ଟେସନ, ଭଦ୍ରକରେ ଘରୋଇ ପାଇପରେ ରନ୍ଧନ ଗ୍ୟାସର ଶୁଭାରମ୍ଭ ଏବଂ ମୟୂରଭଞ୍ଜର ରାଇରଙ୍ଗପୁରରେ ପ୍ରଥମ ସିଏନଜି
ଭୁବନେଶ୍ୱର: ଓଡ଼ିଶାରେ ନିବେଶ ପାଇଁ ଆଦାନୀ ଗ୍ରୁପ୍ ବଡ଼ ଯୋଜନା ପ୍ରସ୍ତୁତ କରିଛି । ଆଗାମୀ ପାଞ୍ଚ ବର୍ଷରେ ଆଦାନୀ ଗ୍ରୁପ୍ ରାଜ୍ୟରେ ୨.୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ଏହି ନିବେଶ ଶକ୍ତି, ସିମେଣ୍ଟ, ଇଣ୍ଡଷ୍ଟ୍ରିଆଲ୍ ପାର୍କ, ଆଲୁମିନିୟମ୍ ଏବଂ ସିଟି ଗ୍ୟାସ୍ ଭଳି ପ୍ରକଳ୍ପରେ ଖର୍ଚ୍ଚ ହେବ ।
'ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫'ରେ ଆଦାନୀ ଗ୍ରୁପ୍ ଏହି ପୁଞ୍ଜି ନିବେଶ ନେଇ ଘୋଷଣା କରିଛି । ଆଦାନୀ ବନ୍ଦର ଏବଂ SEZ ଲିମିଟେଡ୍ (APSEZ) ପରିଚଳନା ନିର୍ଦ୍ଦେଶକ କରଣ ଆଦାନୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ସମୟରେ ପୁଞ୍ଜି ବିନିଯୋଗ ପାଇଁ ଏମଓୟୁ ସ୍ୱାକ୍ଷର କରିଛନ୍ତି ।
ଆଦାନୀ ଗ୍ରୁପ୍ କହିଛି, 'ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫'ରେ କୌଣସି ସମୂହ ଦ୍ୱାରା ଏହା ହେଉଛି ସବୁଠାରୁ ବଡ଼ ପୁଞ୍ଜି ବିନିଯୋଗ ଘୋଷଣା ।
ଲଞ୍ଚ୍ ହେଲା ୬ ପ୍ରକଳ୍ପ
ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ (ଏଟିଜିଏଲ୍) ଓଡିଶାରେ ୬ଟି ପ୍ରକଳ୍ପ ଆରମ୍ଭ କରିଛି । ଏଥିରେ ଭୁବନେଶ୍ୱର ବିମାନ ବନ୍ଦରରେ ଇଭି ଚାର୍ଜିଂ ଷ୍ଟେସନ୍, ସିଟି ଗେଟ୍ ଷ୍ଟେସନ୍ ସହିତ ମଦର ଷ୍ଟେସନ୍ ପ୍ରୋଜେକ୍ଟ ସାମିଲ ରହିଛି । ଏହା ବ୍ୟତୀତ ଭଦ୍ରକରେ ଏଲ୍ଏନ୍ଜି ଏବଂ ମଲ୍ଟି ଫୁଏଲ୍ ହବ୍, ବାଲେଶ୍ୱରରେ ସିଏନଜି ଷ୍ଟେସନ, ଭଦ୍ରକରେ ଘରୋଇ ପାଇପରେ ରନ୍ଧନ ଗ୍ୟାସର ଶୁଭାରମ୍ଭ ଏବଂ ମୟୂରଭଞ୍ଜର ରାଇରଙ୍ଗପୁରରେ ପ୍ରଥମ ସିଏନଜି ଷ୍ଟେସନ ପ୍ରକଳ୍ପ ସାମିଲ ରହିଛି । ଏହି ପ୍ରକଳ୍ପଗୁଡିକ ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଆରମ୍ଭ ହେବ ବୋଲି ଆଦାନୀ ଗ୍ରୁପ୍ କହିଛି ।