ଆଦାନୀ ବିବାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ନୁହେଁ, ଦେଶର ମାମଲା: ରାହୁଲ ଗାନ୍ଧି
ରାୟବରେଲୀ ୨୧।୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ରାୟବରେଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଆମେରିକାରେ ଆଦାନୀ ବିବାଦ ନେଇ ପଚରା ଯାଇଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ କହିଥିଲେ। ତେବେ ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ମାମଲା ବ୍ୟକ୍ତିଗତ ନୁହେଁ ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ କଥା ହେବାର ଥିଲା। କାରଣ ଏହା ଦେଶ ସମ୍ପର୍କିତ ଏକ ଜରୁରି ମାମଲା। ରାହୁଲ ଗାନ୍ଧି ଶୁକ୍ରବାର ଲାଲଗଞ୍ଜରେ ଯୁବବର୍ଗଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ଆମେରିକା କହୁଛି ଗୌତମ ଆଦାନୀ ଭ୍ରଷ୍ଟାଚାର କରିଛନ୍ତି। ହେଲେ ଭାରତରେ ପ୍ରଧାନମନ୍ତ୍ରୀ ତାଙ୍କ ମିତ୍ର ଆଦାନୀଙ୍କୁ କୌଣସି ପ୍ରଶ୍ନ କରୁ ନାହାନ୍ତି। କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ଆମେରିକା ଯାତ୍ରା କାଳରେ ଗଣମାଧ୍ୟମ ସହ ଆଲୋଚନାକୁ ଉଲ୍ଲେଖ କରି ଏହି ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ମୋଦିଜୀ ଏହା କୌଣସି ବ୍ୟକ୍ତିଗତ ମାମଲା ନୁହେଁ ଏହା ଦେଶର ମାମଲା। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆମେରିକୀୟ ଗଣମାଧ୍ୟମକୁ କହିଛନ୍ତି ଉଦ୍ୟୋଗପତି ଗୌତମ ଆଦାନୀ ତାଙ୍କ ବନ୍ଧୁ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏ ସମ୍ପର୍କରେ କିଛି ପଚାରିବେ ନାହିଁ। अमेरिका में नरेंद्र मोदी के मित्र अडानी के खिलाफ कार्रवाई हो रही है, लेकिन भारत में कोई कार्रवाई नहीं हो रही।ये दे
ରାୟବରେଲୀ ୨୧।୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ରାୟବରେଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଆମେରିକାରେ ଆଦାନୀ ବିବାଦ ନେଇ ପଚରା ଯାଇଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ କହିଥିଲେ। ତେବେ ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ମାମଲା ବ୍ୟକ୍ତିଗତ ନୁହେଁ ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ କଥା ହେବାର ଥିଲା। କାରଣ ଏହା ଦେଶ ସମ୍ପର୍କିତ ଏକ ଜରୁରି ମାମଲା।
ରାହୁଲ ଗାନ୍ଧି ଶୁକ୍ରବାର ଲାଲଗଞ୍ଜରେ ଯୁବବର୍ଗଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ଆମେରିକା କହୁଛି ଗୌତମ ଆଦାନୀ ଭ୍ରଷ୍ଟାଚାର କରିଛନ୍ତି। ହେଲେ ଭାରତରେ ପ୍ରଧାନମନ୍ତ୍ରୀ ତାଙ୍କ ମିତ୍ର ଆଦାନୀଙ୍କୁ କୌଣସି ପ୍ରଶ୍ନ କରୁ ନାହାନ୍ତି। କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ଆମେରିକା ଯାତ୍ରା କାଳରେ ଗଣମାଧ୍ୟମ ସହ ଆଲୋଚନାକୁ ଉଲ୍ଲେଖ କରି ଏହି ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ମୋଦିଜୀ ଏହା କୌଣସି ବ୍ୟକ୍ତିଗତ ମାମଲା ନୁହେଁ ଏହା ଦେଶର ମାମଲା। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆମେରିକୀୟ ଗଣମାଧ୍ୟମକୁ କହିଛନ୍ତି ଉଦ୍ୟୋଗପତି ଗୌତମ ଆଦାନୀ ତାଙ୍କ ବନ୍ଧୁ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏ ସମ୍ପର୍କରେ କିଛି ପଚାରିବେ ନାହିଁ।
अमेरिका में नरेंद्र मोदी के मित्र अडानी के खिलाफ कार्रवाई हो रही है, लेकिन भारत में कोई कार्रवाई नहीं हो रही।
ये देश से जुड़ा बेहद जरूरी मामला है। PM मोदी को इस बारे में बात करनी चाहिए थी।
अमेरिका कह रहा है कि अडानी ने भ्रष्टाचार किया है, लेकिन हिंदुस्तान में प्रधानमंत्री अपने… pic.twitter.com/rJEhRMJ4aZ— Congress (@INCIndia) February 21, 2025
ରାହୁଲ କହିଛନ୍ତି ଆଦାନୀଙ୍କ ବିରୋଧରେ ଆମେରିକାରେ ଭ୍ରଷ୍ଟାଚାର ଓ ଚୋରି ମାମଲା ରହିଛି ହେଲେ ଆମ ପ୍ରଧାନମନ୍ତ୍ରୀ କହୁଛନ୍ତି ଏହା ଏକ ବ୍ୟକ୍ତିଗତ ମାମଲା ଓ ଆମେ ଏହା ଉପରେ ଚର୍ଚ୍ଚା କରୁନାହୁଁ। ତେବେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଟ୍ରମ୍ପଙ୍କ ସହ ତାଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା କରିବାର ଥିଲା ଓ କହିବାର ଥିଲା ଆମେ ଏହାର ଯାଞ୍ଚ କରାଇବୁ ଏଥିରେ ଯଦି ଆବଶ୍ୟକ ପଡେ ଆଦାନୀଙ୍କୁ ତଦନ୍ତରେ ସହଯୋଗ ନିମନ୍ତେ ଆମେରିକା ପଠେଇବୁ। ହେଲେ ସେ କହିଛନ୍ତି ଏହା ଏକ ବ୍ୟକ୍ତିଗତ ମାମଲା।
ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୌତମ ଆଦାନୀ ସମୂହକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ପଚରା ଗଲା ପ୍ରଧାନମନ୍ତ୍ରୀ କହିଥିଲେ ଏହା ଏକ ବ୍ୟକ୍ତିଗତ ପ୍ରସଙ୍ଗ ଓ ଦୁଇ ଦେଶର ନେତା ଯେତେବେଳେ ଭେଟନ୍ତି ଏପରି ପ୍ରସଙ୍ଗରେ ଆଲୋଚନା କରନ୍ତି ନାହିଁ। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାହୁଲ ଗାନ୍ଧି ଶୁକ୍ରବାର ଟାର୍ଗେଟ୍ କରିଛନ୍ତି।