ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ

ମୋହନା, ୧୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି ପାଇଛନ୍ତି। ତାଙ୍କୁ ସିସିଆର୍‌ଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜାତୀୟ ଜୁନିଅର ଛାତ୍ରବୃତ୍ତି ମିଳିଛି। ଏନେଇ ତାଙ୍କୁ ଗଜପତି ଜିଲା ଏବଂ ଅଞ୍ଚଳ ବାସୀ ଅଭିନନ୍ଦନ ଜଣାଇଛନ୍ତି। ସରଞ୍ଚନା ନୃତ୍ୟାନୁଷ୍ଠାର ପ୍ରତିଭାଶାଳୀ ଛାତ୍ରୀ ମାଧବୀ ମାଝୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିସିଆର୍‌ଟି […] The post ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ appeared first on Dharitri Odia News.

ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ

ମୋହନା, ୧୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି ପାଇଛନ୍ତି। ତାଙ୍କୁ ସିସିଆର୍‌ଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜାତୀୟ ଜୁନିଅର ଛାତ୍ରବୃତ୍ତି ମିଳିଛି। ଏନେଇ ତାଙ୍କୁ ଗଜପତି ଜିଲା ଏବଂ ଅଞ୍ଚଳ ବାସୀ ଅଭିନନ୍ଦନ ଜଣାଇଛନ୍ତି।

ସରଞ୍ଚନା ନୃତ୍ୟାନୁଷ୍ଠାର ପ୍ରତିଭାଶାଳୀ ଛାତ୍ରୀ ମାଧବୀ ମାଝୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିସିଆର୍‌ଟି ଦ୍ୱାରା ପ୍ରତିଷ୍ଠିତ ସାଂସ୍କୃତିକ ପ୍ରତିଭା ଅନ୍ବେଷଣ ଛାତ୍ରବୃତ୍ତି ଯୋଜନା (ସିଟିଏସ୍‌ଏସ୍‌ଏସ୍‌- ୧୦ରୁ୧୪ବର୍ଷ) ହୋଇଛନ୍ତି। ଓଡ଼ିଶୀ ପ୍ରଦର୍ଶକ ଗୁରୁ ରବିଶଙ୍କର ମାଝୀଙ୍କ ମାର୍ଗଦର୍ଶନରେ ସେ ଏହି ସଫଲତା ପାଇଛନ୍ତି। ମାଧବୀ ବର୍ତ୍ତମାନ ଗୁରୁ ରବିଶଙ୍କରଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ସରଞ୍ଚନା ନୃତ୍ୟ ଅନୁଷ୍ଠାନରେ ଶିକ୍ଷାରତ ଅଛନ୍ତି। ସେ ଦୀର୍ଘ ୭ବର୍ଷ ଧରି ଶିକ୍ଷା କରିଆସୁଥିବା ବେଳେ ବ୍ରହ୍ମପୁରର କୁଇନ ମିଶନ ହାଇସ୍କୁଲରେ ୯ମ ଶ୍ରେଣୀରେ ପଢୁଛନ୍ତି। ସେ ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ଆଦିବାସୀ ଲୋକ ନୃତ୍ୟ ମଧ୍ୟ କରୁଛନ୍ତି।

ସେ ଭବିଷ୍ୟତରେ ଭଲ ଆନ୍ତର୍ଜାତୀୟ ନୃତ୍ୟ ଶିଳ୍ପୀ ଭାବେ ନିଜ ଗୁରୁ, ଅଭିଭାବକ,ଗ୍ରାମ,ଦେଶ ଲାଗି ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହ ନିଜ ଅଞ୍ଚଳର ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଇ ସେମାନଙ୍କ କଳାକୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ସ୍ଥିର କରିଛନ୍ତି।

The post ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ appeared first on Dharitri Odia News.