ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ଆବଶ୍ୟକତା ଅନୁସାରେ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦେବା ଜରୁରୀ ବୋଲି ଉଦାହରଣ ଦେଇ ନମୁନା ସହ ସ୍ଵେଚ୍ଛାସେବୀଙ୍କୁ ବୁଝାଇ ଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମାନବ ସେବା ହିଁ ମାଧବ ସେବା କହି ଦୁର୍ଗତଙ୍କୁ ସେବା ଦେବାକୁ […] The post ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ appeared first on Odisha.News.

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ଆବଶ୍ୟକତା ଅନୁସାରେ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦେବା ଜରୁରୀ ବୋଲି ଉଦାହରଣ ଦେଇ ନମୁନା ସହ ସ୍ଵେଚ୍ଛାସେବୀଙ୍କୁ ବୁଝାଇ ଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମାନବ ସେବା ହିଁ ମାଧବ ସେବା କହି ଦୁର୍ଗତଙ୍କୁ ସେବା ଦେବାକୁ ସ୍ଵେଚ୍ଛାସେବୀଙ୍କୁ ନିବେଦନ କରିଥିଲେ । ଦର୍ଶନ ଶାସ୍ତ୍ର ଅଧ୍ୟାପକ ଗଣନାଥ ସୋରେନ୍ ନିଜ ବକ୍ତବ୍ୟ ରେ ଦୁର୍ଘଟଣା ର ପ୍ରଥମ ଏକ ଘଣ୍ଟା ସୁବର୍ଣ୍ଣ ସମୟ ବୋଲି ଉଦାହରଣ ଦେଇ ବୁଝାଇ ଥିଲେ। ଶେଷରେ ଯୁବ ରେଡକ୍ରସ୍ କାଉନସେଲର ଦଣ୍ଡପାଣି ଭୂୟାଁ ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ।
The post ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ appeared first on Odisha.News.