ଆଦିବାସୀଙ୍କ ମହାମେଳି

ନୂଆପଡ଼ା,୧୩।୭(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ନେଗୀପାଲି ଗାଁ ଠାରେ ରବିବାର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହାମେଳି ଅନୁଷ୍ଠିତ ହୋଇଯାଇଛି। ସଂଘ ଜିଲା ସଭାପତି ଭାନୁ ପ୍ରତାପ ସିଂ ମାଝିଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା। ଏଥିରେ ଆଦିବାସୀ କଲ୍ୟାଣ ସଂଘ ରାଜ୍ୟ ସଭାପତି ବାଳକୃଷ୍ଣ ଶବର, ଅଖିଳ ଭାରତୀୟ ଗଣ୍ଡୱାନା ଉପ ସଭାପତି ଖାମସିଂ ମାଝି, ଜିଲା ଉପ ସଭାପତି କମଲେଶ ଠାକୁର, ସିନାପାଲି ବ୍ଲକ ସଭାପତି ଯଦୁନାଥ ମାଝି, […] The post ଆଦିବାସୀଙ୍କ ମହାମେଳି appeared first on Dharitri Odia News.

ଆଦିବାସୀଙ୍କ ମହାମେଳି

ନୂଆପଡ଼ା,୧୩।୭(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ନେଗୀପାଲି ଗାଁ ଠାରେ ରବିବାର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହାମେଳି ଅନୁଷ୍ଠିତ ହୋଇଯାଇଛି। ସଂଘ ଜିଲା ସଭାପତି ଭାନୁ ପ୍ରତାପ ସିଂ ମାଝିଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା। ଏଥିରେ ଆଦିବାସୀ କଲ୍ୟାଣ ସଂଘ ରାଜ୍ୟ ସଭାପତି ବାଳକୃଷ୍ଣ ଶବର, ଅଖିଳ ଭାରତୀୟ ଗଣ୍ଡୱାନା ଉପ ସଭାପତି ଖାମସିଂ ମାଝି, ଜିଲା ଉପ ସଭାପତି କମଲେଶ ଠାକୁର, ସିନାପାଲି ବ୍ଲକ ସଭାପତି ଯଦୁନାଥ ମାଝି, କୋମନା ବ୍ଲକ ସଭାପତି ଜ୍ଞାନେଶ୍ୱର ମାଝି, ବଂଜାରା ସମାଜ ଜିଲା ସଭାପତି ଈଶ୍ୱର ନାଏକ, ଦଳ ସମାଜ ଜିଲା ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ, ଶବର ସମାଜ ସଞ୍ଚାଳକ ଲୋହିତ ଶବର, ନନ୍ଦ ଶବର, ଘାସିରାମ ମାଝ, ରାଜଗୌଡ ସଭାପତି ଲାଲସିଂ ମାଝିି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

ଆଦିବାସୀ ସମ୍ପ୍ରଦାୟର ବିକାଶ ଉପରେ ଆଲୋକପାତ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନର ଉନ୍ନତି, ନାରୀ ଶିକ୍ଷା, ଅନ୍ଧ ବିଶ୍ୱାସ, କୁସଂସ୍କାର, ନାରୀ ନିର୍ଯାତନା ଦୂର, ଯୌତୁକ ପ୍ରଥା ବିଲୋପ, ସଂସ୍କୃତି, ପରମ୍ପରା ଓ ଚାଳିଚଳନ ଉପରେ ଗୁରୁତ୍ୱ ଦେଇଥିଲେ। ସମସ୍ତ ଆଦିବାସୀ ଏକତ୍ରିତ ହେଲେ ଅର୍ଥନୀତି, ରାଜନୀତିରେ ଆଗେଇ ପାରିବେ ବୋଲି ମତପ୍ରକାଶ ପାଇଥିଲା।

ଅନ୍ଧ ବିଶ୍ୱାସ, କୁସଂସ୍କାର ଠାରୁ ଦୂରେଇ ରହି ବୃତ୍ତିଗତ ପରମ୍ପରାକୁ ଆପଣେଇଲେ ସମାଜ ଆଗକୁ ବଢିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଦିବାସୀମାନେ ସରଳ ଓ ନିଷ୍କପଟ ବୋଲି ତାଙ୍କର ମାଟି ଓ ବେଟିକୁ ଅପହରଣ କରି ଚାଲିଛନ୍ତି। ସମସ୍ତ ଆଦିବାସୀ ଏକ ହୋଇ ମାଟି ଓ ବେଟି ବଚାଓ ଅଭିଯାନ ଜାରି ରଖିବେ।

ଆଦିବାସୀମାନଙ୍କ ମାଟିକୁ ଅନ୍ୟ ସମ୍ପ୍ରଦାୟର ଲୋକେ ଜୋର ଜବରଦସ୍ତ ଜବରଦଖଲ କରୁଥିବା ବେଳେ ବେଟି (ଝିଅ)ଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ଆଦିବାସୀ ସମାଜ କେବେ ବରଦାସ୍ତ କରିବ ନାହିଁ ବୋଲି ସମସ୍ତେ ଏକ ହୋଇ ମେଳି କରୁଛନ୍ତି।

ଆଗାମୀ ଦିନରେ ମାଟି ଓ ବେଟି ଚୋରି ହେଉଥିବା ବା ଶୋଷଣ ଉପରେ ଅଭିଯୋଗ ଆସିଲେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏକ ନାରା ଦେଇଥିଲେ। ଏକ ତୀର ଏକ କାମାଣ୍ଡ, ସବ୍‌ ଆଦିବାସୀ ଏକ ସମାନ ବୋଲି ନାରାରେ ନେଗୀପାଲି ଗାଁ ପ୍ରକମ୍ପିତ ହୋଇ ଉଠିଥିଲା ା ଆଦିବାସୀ କଲ୍ୟାଣ ସଂଘ ଜିଲା ସମ୍ପାଦକ ଭକ୍ତବନ୍ଧୁ ଧରୁଆ ସଭା ପରିଚାଳନା କରିଥିଲେ। ଏହି ଆଦିବାସୀ ମହାମେଳିରେ ଜିଲାର ସହସ୍ରାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

The post ଆଦିବାସୀଙ୍କ ମହାମେଳି appeared first on Dharitri Odia News.