ଆଦିବାସୀଙ୍କର ବିକାଶ ପାଇଁ ଆହୁରି ଆମକୁ ସଂଗ୍ରାମ କରିବାକୁ ପଡିବ: ନବୀନ

ଭୁୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ବିଜେଡି ଅନୁସୂଚିତ ଜାତି ଓ ଜନଜାତି ସାଂଗଠନିକ ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟ ଆଦିବାସୀ ନେତୃ ମଣ୍ଡଳୀଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ମନୋହର ରାନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ରାଜ୍ୟସଭା […]

ଆଦିବାସୀଙ୍କର ବିକାଶ ପାଇଁ ଆହୁରି ଆମକୁ ସଂଗ୍ରାମ କରିବାକୁ ପଡିବ: ନବୀନ
We also have to fight for the development of tribals

ଭୁୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ବିଜେଡି ଅନୁସୂଚିତ ଜାତି ଓ ଜନଜାତି ସାଂଗଠନିକ ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟ ଆଦିବାସୀ ନେତୃ ମଣ୍ଡଳୀଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ମନୋହର ରାନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ରାଜ୍ୟସଭା ସାଂସଦ ନିରଂଜନ ବିଶି, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ବିଧାୟକ ଝିନ୍ନ ହିକାକା, ପୂର୍ବତନ ବିଧାୟକ ସାନନ୍ଦ ମାରାଣ୍ଡି, ଦେବାଶିଷ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ବାସନ୍ତୀ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ଆଦିବାସୀମାନେ କିଭଳି ଦଳ ସହ ଅଧିକରୁ ଅଧିକ ଯୋଡି ହେବେ ସେ ନେଇ ନିଜ ନିଜର ମତାମତ ପ୍ରକାଶ କରିଥିଲେ।

ଏହି ସଭାରେ  ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ନେତାମାନେ କହିଥିଲେ ଯେ, ଆଦିବାସୀ ପରାମ୍ପରାକୁ ରକ୍ଷା କରିବା ପାଇଁ ଆପଣ ବହୁତ କାମ କରିଛନ୍ତି। ୬ଲକ୍ଷ ୫୦ ହଜାର ପିଲା ଆଜି ହଷ୍ଟେଲରେ ରହି ପାଠ ପଢୁଛନ୍ତି। ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ଯାହା ଦ୍ୱାରା ଆଦିବାସୀମାନେ ସେମାନଙ୍କ ସଂସ୍କୃତି ଓ ପରାମ୍ପରାକୁ ବଜାୟ ରଖିବା ପାଇଁ ବହୁ ସହଯୋଗ କରିଥିଲା।

ଏହି ସଭାରେ  ନବୀନ ପଟ୍ଟନାୟକ କହିଥିଲେ, ଆମର ଲମ୍ବା ସରକାର ସମୟରେ ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ବହୁତ କାମ କରିଥିଲେ। ହସ୍ପିଟାଲ, ସ୍କୁଲ, କଲେଜ, କୃଷକମାନଙ୍କ ପାଇଁ ବହୁତ କାମ କରାଯାଇଛି। ଯାହାକି ଆଦିବାସୀ ଭାଇଭଉଣୀମାନେ ବିଜେଡିକୁ ସବୁ ବେଳେ ପାଇଁ ମନେ ରଖିବେ। ଆହୁରି ଅଧିକ କିଭଳି ଆଦିବାସୀ ଲୋକଙ୍କ ଉନ୍ନତି ହେବ ତାହା ମୋ ହୃଦୟରେ ରହିଛି। ଆପଣମାନେ ଏକାଠି ହୋଇ ରହି ବହୁତ ପରିଶ୍ରମ କଲେ ସବୁ ଠିକ୍‌ ହେବ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ “ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆପଣମାନେ ବିଜୁ ଜନତା ଦଳ ସଂଗଠନକୁ କିଭଳି ଅଧିକରୁ ଅଧିକ ମଜଭୁତ କରିବେ। ସେଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ। ସମସ୍ତ ପ୍ରକାର ସହଯୋଗ ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଯୋଗାଇ ଦିଆଯିବ। । ଏହିସଭାକୁ ବିଜୁ ଜନତା ଦଳ ଗଣମାଧ୍ୟମ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ ସଂଚାଳନା କରିବା ସହ ଆଦିବାସୀମାନଙ୍କ ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଗ୍ରାଫିକ୍ସ ଜରିଆରେ ସୂଚନା ପ୍ରଦାନ କରିଥିଲେ।