ଆଦିବାସୀଙ୍କୁ ଜଙ୍ଗଲରେ ରଖିବାକୁ ଚାହୁଁଛି ବିଜେପି : ରାହୁଲ ଗାନ୍ଧୀ

ଆସାମ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମର... The post ଆଦିବାସୀଙ୍କୁ ଜଙ୍ଗଲରେ ରଖିବାକୁ ଚାହୁଁଛି ବିଜେପି : ରାହୁଲ ଗାନ୍ଧୀ appeared first on .

ଆଦିବାସୀଙ୍କୁ ଜଙ୍ଗଲରେ ରଖିବାକୁ ଚାହୁଁଛି ବିଜେପି : ରାହୁଲ ଗାନ୍ଧୀ

ଆସାମ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମର ମଜୁଲିରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଏବଂ ସେମାନଙ୍କୁ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧାଠାରୁ ଦୂରରେ ରଖିବାକୁ  ବିଜେପି ଚାହୁଁଥିବା କହିଛନ୍ତି ରାହୁଲ । ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ଆଦିବାସୀଙ୍କୁ ଅଧିକାର ଦେଇଥିଲା  ।

ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ଆମେ ଆପଣଙ୍କୁ ଆଦିବାସୀ ବୋଲି କହୁଛୁ, ଏହାର ଅର୍ଥ ମୂଳ ନିବାସୀ । କିନ୍ତୁ ବିଜେପି ଆପଣଙ୍କୁ ବନବାସୀ ବୋଲି କହିଥାଏ, ଅର୍ଥାତ୍‌ ଜଙ୍ଗଲରେ ରହୁଥିବା ଲୋକ ।

ରାଜ୍ୟ ବିଜେପି ସରକାରଙ୍କୁ ଦୋଷ ଦେଇ  ରାହୁଲ କହିଛନ୍ତି, ବିଜେପି ଆଦିବାସୀମାନଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି ଏବଂ ସେମାନଙ୍କ ପିଲାମାନଙ୍କୁ ସ୍କୁଲ, ବିଶ୍ୱବିଦ୍ୟାଳୟ ଯିବା, ଇଂରାଜୀ ଶିଖିବା ଏବଂ ବ୍ୟବସାୟ କରିବାର ସୁଯୋଗରୁ ବଞ୍ଚିତ କରିବାକୁ ଚାହୁଁଛି । କିନ୍ତୁ ଆମେ ଚାହୁଁଛୁ, ଆପଣଙ୍କର ଯାହା ଅଛି ଆପଣଙ୍କୁ ଫେରାଇ ଦିଆଯାଉ । ଆପଣଙ୍କର ଜଳ, ଜମି ଏବଂ ଜଙ୍ଗଲ ଆପଣଙ୍କର ହେବା ଉଚିତ୍ ।

ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଶୁକ୍ରବାର ସକାଳେ ଡଙ୍ଗାରେ ଜୋରହାଟରୁ ମଜୁଲିରେ ପହଞ୍ଚିଥିଲେ। ରାହୁଲ ଗାନ୍ଧୀଙ୍କ ସହ ସାଧାରଣ ସଚିବ ଜୟରାମ ରମେଶ, ରାଜ୍ୟ ସଭାପତି ଭୁପେନ କୁମାର ବୋରା ଏବଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ଦେବବ୍ରତ ସୌକିଆଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଛି । ଏହି ଯାତ୍ରା ୬୭୧୩ କିଲୋମିଟର। ଜାନୁଆରୀ ୧୪ରେ ମଣିପୁରରୁ ଆରମ୍ଭ ହୋଇଥିଲା। ଏହା ୨୦ କିମ୍ବା ୨୧ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ।

The post ଆଦିବାସୀଙ୍କୁ ଜଙ୍ଗଲରେ ରଖିବାକୁ ଚାହୁଁଛି ବିଜେପି : ରାହୁଲ ଗାନ୍ଧୀ appeared first on .