ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏଡିଆର ଓ ଓଡ଼ିଶା ଇଲେକସନ୍‌ ୱାଚ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବ୍ରହ୍ମପୁର ଶିବ ଶଙ୍କର ଦାସଙ୍କ ନାଁରେ ୪୮ କ୍ରିମିନାଲ କେସ୍‌ ରହିଛି। ସେହିପରି ୪ ଜଣ ପ୍ରାର୍ଥୀ ଆଦୌ ପାଠ ପଢିନାହାନ୍ତି। ଏଥିସହ […] The post ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା appeared first on Dharitri Odia News.

ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏଡିଆର ଓ ଓଡ଼ିଶା ଇଲେକସନ୍‌ ୱାଚ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବ୍ରହ୍ମପୁର ଶିବ ଶଙ୍କର ଦାସଙ୍କ ନାଁରେ ୪୮ କ୍ରିମିନାଲ କେସ୍‌ ରହିଛି। ସେହିପରି ୪ ଜଣ ପ୍ରାର୍ଥୀ ଆଦୌ ପାଠ ପଢିନାହାନ୍ତି। ଏଥିସହ ସବୁଠୁ ଧନୀ ଦିଗପହଣ୍ଡିର ବିଜେଡି ପ୍ରାର୍ଥୀ ବପ୍ଳବ ପାତ୍ର। ବପ୍ଳବଙ୍କ ମୋଟ୍‌ ସମ୍ପତ୍ତି ୩୩ କୋଟି ୩୪ ଲକ୍ଷରୁ ଅଧିକ। ସୁବଠାରୁ ଗରିବ ଲକ୍ଷ୍ମୀପୁରର ରମେଶ ଜାନି। ସେ ରିପବ୍ଲିକାନ ପାର୍ଟିର ବିଧାୟକ ପ୍ରାର୍ଥୀ।

The post ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା appeared first on Dharitri Odia News.