ଆଧାର ସଂଶୋଧନ ପାଇଁ ଟୋକନ୍ ନମିଳିବାରୁ ତାତିଲେ ଲୋକେ, NH-୫୭ ଅବରୋଧ କଲେ
ଆଧାର ପାଇଁ ରାସ୍ତାରୋକ । ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ, NH-୫୭ ଅବରୋଧ କଲେ ଲୋକେ । ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କଲେ ଲୋକେ । ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନଥିବା ଅଭିଯୋଗ ହୋଇଛି।
ଆଧାର ପାଇଁ ରାସ୍ତାରୋକ। ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ ଲୋକ। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କରିଛନ୍ତି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନାହିଁ। ଅନେକ ହଇରାଣ ହେବା ପରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ। ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଛି।
ତେବେ ଆଧାର ଅପଡେଟ୍ ପାଇଁ ଭୋଗରାଇ ଉପଡାକଘର ଆଗରେ ହିତାଧିକାରୀଙ୍କ ଲମ୍ବା ଲାଇନ୍ ଲାଗିଛି। ମହିଳା, ପୁରୁଷଙ୍କ ସମେତ ବୟସ୍କ ଓ ପିଲାମାନେ ମଧ୍ୟ ଟୋକନ୍ ପାଇଁ ଲାଇନରେ ଠିଆ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଗତ ରାତିରୁ ଆସି ଲାଇନରେ ରହୁଛନ୍ତି ଲୋକ। ସୁଭଦ୍ରା ଯୋଜନାରେ ଯେତେବେଳେ ବି ଫର୍ମ ଦାଖଲ କରି ହେବ, ଏଥିପାଇଁ ଶେଷ ତାରିଖ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ୍ ପରେ ବି ଶୁଣିବା ମୁଡରେ ନାହାନ୍ତି ହିତାଧିକାରୀ।