ଆଧ୍ୟାତ୍ମିକ ପରିବେଶରେ ଗାଁ ଉତ୍ସବମୁଖର, ୨୦୦ରୁ ଊର୍ଦ୍ଧ୍ୱ ମହିଳା ଏକାଠି ହୋଇ…

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବିଜୟଲକ୍ଷ୍ମୀ ନାରାୟଣପୁର ଗ୍ରାମସ୍ଥିତ ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଏବଂ ଶ୍ରୀ ହନୁମାନ ଗୁମ୍ଫା ପ୍ରତିଷ୍ଠା ମହୋତ୍ସବରେ ବୁଧବାର ଆଖପାଖ ଗ୍ରାମର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ଅଙ୍କୁରାରୋପଣ ଓ ଦୀକ୍ଷାଗ୍ରହଣ ହୋଇଥିଲା। ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରଦ୍ଧାଳୁ ନିକଟସ୍ଥ ବାହୁଦା ନଦୀରୁ ଜଳ କଳସ ଧରି ଶୋଭାଯାତ୍ରାରେ ମହାଯଜ୍ଞ ସ୍ଥଳରେ ପହଞ୍ଚିବା ପରେ ଘୃତଯଜ୍ଞ ନାମଯଜ୍ଞ […] The post ଆଧ୍ୟାତ୍ମିକ ପରିବେଶରେ ଗାଁ ଉତ୍ସବମୁଖର, ୨୦୦ରୁ ଊର୍ଦ୍ଧ୍ୱ ମହିଳା ଏକାଠି ହୋଇ… appeared first on Dharitri Odia News.

ଆଧ୍ୟାତ୍ମିକ ପରିବେଶରେ ଗାଁ ଉତ୍ସବମୁଖର, ୨୦୦ରୁ ଊର୍ଦ୍ଧ୍ୱ ମହିଳା ଏକାଠି ହୋଇ…

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବିଜୟଲକ୍ଷ୍ମୀ ନାରାୟଣପୁର ଗ୍ରାମସ୍ଥିତ ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଏବଂ ଶ୍ରୀ ହନୁମାନ ଗୁମ୍ଫା ପ୍ରତିଷ୍ଠା ମହୋତ୍ସବରେ ବୁଧବାର ଆଖପାଖ ଗ୍ରାମର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ଅଙ୍କୁରାରୋପଣ ଓ ଦୀକ୍ଷାଗ୍ରହଣ ହୋଇଥିଲା। ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରଦ୍ଧାଳୁ ନିକଟସ୍ଥ ବାହୁଦା ନଦୀରୁ ଜଳ କଳସ ଧରି ଶୋଭାଯାତ୍ରାରେ ମହାଯଜ୍ଞ ସ୍ଥଳରେ ପହଞ୍ଚିବା ପରେ ଘୃତଯଜ୍ଞ ନାମଯଜ୍ଞ ଆରମ୍ଭ ହୋଇଥିଲା। ଏହି ଆଧ୍ୟାତ୍ମିକ ମହୋତ୍ସବ ପାଇଁ ସମଗ୍ର ଗାଁ ଉତ୍ସବମୁଖର ହୋଇଛି। ମହାଯଜ୍ଞକୁ ନେଇ ମନ୍ଦିର ବେଢ଼ାରେ ଏକ ପ୍ରକାରର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇଉଠିଛ। ଗ୍ରାମବାସୀ ଓ ମହାଯଜ୍ଞ ପରିଚାଳନା କମିଟି କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡ଼ିଛି। ବୈଶାଖ ଶୁକ୍ଳ ବୁଦ୍ଧ ପୂର୍ଣ୍ଣିମାଠାରୁ ଅନୁଷ୍ଠିତ ମହାଯଜ୍ଞ ଆସନ୍ତା ରବିବାର ପୂର୍ଣ୍ଣାହୁତି ହେବ ବୋଲି ଜଣାପଡ଼ିଛି।

The post ଆଧ୍ୟାତ୍ମିକ ପରିବେଶରେ ଗାଁ ଉତ୍ସବମୁଖର, ୨୦୦ରୁ ଊର୍ଦ୍ଧ୍ୱ ମହିଳା ଏକାଠି ହୋଇ… appeared first on Dharitri Odia News.