ଆନ୍ତର୍ଜାତିକ ଜିଲାସ୍ତରୀୟ ସମବାୟ ବର୍ଷ ପାଳନ, ସମ୍ବର୍ଦ୍ଧିତ ହେଲା ଟେମ୍‌ରା ସମବାୟ ସମିତି

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ବୁଧବାର କଳାହାଣ୍ଡିରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ ଭବାନୀପାଟଣାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଷୀ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, କଳାହାଣ୍ଡି ଏମ୍‌ପିଙ୍କ […] The post ଆନ୍ତର୍ଜାତିକ ଜିଲାସ୍ତରୀୟ ସମବାୟ ବର୍ଷ ପାଳନ, ସମ୍ବର୍ଦ୍ଧିତ ହେଲା ଟେମ୍‌ରା ସମବାୟ ସମିତି appeared first on Dharitri Odia News.

ଆନ୍ତର୍ଜାତିକ ଜିଲାସ୍ତରୀୟ ସମବାୟ ବର୍ଷ ପାଳନ, ସମ୍ବର୍ଦ୍ଧିତ ହେଲା ଟେମ୍‌ରା ସମବାୟ ସମିତି

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ବୁଧବାର କଳାହାଣ୍ଡିରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ ଭବାନୀପାଟଣାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଷୀ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, କଳାହାଣ୍ଡି ଏମ୍‌ପିଙ୍କ ପ୍ରତିନିଧି ଜୟଶଙ୍କର ନାୟକ, ମୁଖ୍ୟବକ୍ତା ଭାବେ ଡକ୍ଟର ଉମେଶଚନ୍ଦ୍ର ଶତପଥି, ଉପ ନିବନ୍ଧକ ସମବାୟ ସମିତି ପ୍ରମୋଦ କୁମାର ସାହୁ, ଏଆର୍‌ସିଏସ୍‌, ମଧୁସୂଦନ ମେହେର, ସମବାୟ ବ୍ୟାଙ୍କ ନିର୍ବାହୀ ଅଧିକାରୀ ବନଲତା ଧଳ ଯୋଗଦେଇ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରିଥିଲେ। ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ମଧୁବାବୁଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଆନ୍ତର୍ଜାତିକ ସମବାୟ ବର୍ଷ “ସଶକ୍ତ ସମବାୟ, ସୁଦୃଢ ସମାଜ, ସମୃଦ୍ଧ ଜୀବନ” ଓଡିଶା ସମବାୟ ଆନ୍ଦୋଳନର କର୍ଣ୍ଣ ଧାର ମଧୁସୂଦନ ଦାସଙ୍କ ଭୂମିକା, ମଧୁବାବୁଙ୍କ ଆଦର୍ଶ ଜୀବନୀ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଜିଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା, ସମବାୟ ଆନ୍ଦୋଳନର ଭୂମିକା ସମ୍ପର୍କରେ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୋକସରା ବ୍ଲକ ଟେମରା ସମବାୟ ସମିତିର ଉତ୍କର୍ଷତା କାର୍ଯ୍ୟ ସମ୍ପାଦନ ପାଇଁ ପେକ୍ସ ସଭାପତି ନବୀନ ପୁଝାରି ଓ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀଙ୍କୁ ମାନପତ୍ର ଓ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

 

The post ଆନ୍ତର୍ଜାତିକ ଜିଲାସ୍ତରୀୟ ସମବାୟ ବର୍ଷ ପାଳନ, ସମ୍ବର୍ଦ୍ଧିତ ହେଲା ଟେମ୍‌ରା ସମବାୟ ସମିତି appeared first on Dharitri Odia News.