ଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାର
ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଆଚାର୍ଯ୍ୟ ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭାଷା ମନର ଭାବନାକୁ ଅନ୍ୟ ନିକଟରେ ପହଞ୍ଚାଇବାର ସର୍ବଶ୍ରେଷ୍ଠ ମାଧ୍ୟମ ହୋଇଥିବା ବେଳେ ପ୍ରଥମେ ନିଜ ମାତୃଭାଷାର ସୁରକ୍ଷା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିବା ଦରକାର ବୋଲି ସେ କହିଥିଲେ। […] The post ଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାର appeared first on Dharitri Odia News.
ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଆଚାର୍ଯ୍ୟ ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭାଷା ମନର ଭାବନାକୁ ଅନ୍ୟ ନିକଟରେ ପହଞ୍ଚାଇବାର ସର୍ବଶ୍ରେଷ୍ଠ ମାଧ୍ୟମ ହୋଇଥିବା ବେଳେ ପ୍ରଥମେ ନିଜ ମାତୃଭାଷାର ସୁରକ୍ଷା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିବା ଦରକାର ବୋଲି ସେ କହିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟକୁ ତତ୍କାଳୀନ ବଡ଼ ଖେମୁଣ୍ଡି ରାଜା କୃପାମୟ ଦେବ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ଅବଦାନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଶିଶୁମନ୍ଦିର ପ୍ରଧାନାଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ, ଭଗବତୀ ପ୍ରସାଦ ମିଶ୍ର, ମାତୃଭାଷା ବିଭାଗୀୟ ମଧ୍ୟ ପ୍ରମୋଦ ଶେଖର ଡାକୁଆ ଏଥିରେ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଆଚାର୍ଯ୍ୟ ବାବୁଲା ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆଚାର୍ଯ୍ୟ ସୁରେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାମନ୍ଦିରର ଆଚାର୍ଯ୍ୟା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
The post ଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାର appeared first on Dharitri Odia News.