ଆନ୍ଦୋଳନରୁ ହଟିଲେ ଆର.ଆଇ, ଅମୀନ ପରୀକ୍ଷାର୍ଥୀ; ମଙ୍ଗଳବାର ବସିବ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ବର: ଆନ୍ଦୋଳନରୁ ହଟିଲେ ଆର. ଆଇ, ଅମୀନ ପରୀକ୍ଷାର୍ଥୀ। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି। ମଙ୍ଗଳବାର ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବ। ସୂଚନାଥାଉକି, RI, ARI, ଅମିନ, ICDS ପରୀକ୍ଷା ଆଦି ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣିବା ସହ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ କରୁଥିଲେ ପରୀକ୍ଷାର୍ଥୀ। ଏମିତିକି OSSSC ବିରୋଧରେ ଏକାଠି ହୋଇ ଭୁବନେଶ୍ବର ଲୋୟର ପିଏମ୍ଜି ଠାରେ ବିକ୍ଷୋଭ କରିଥିଲା ହଜାର ହଜାର ପରୀକ୍ଷାର୍ଥୀ Iପରୀକ୍ଷା ବାତିଲ ସହ ପୁନର୍ବାର ପରୀକ୍ଷା ଦାବି କରିଥିଲେ କରିଥିଲେ ପରୀକ୍ଷାର୍ଥୀ। ଆହୁରି ମଧ୍ୟ ଏହି ଦୁର୍ନୀତି ପଛରେ କିଏ ରହିଛି ? ତା’ର ତଦନ୍ତ ପାଇଁ ମଧ୍ୟ ଦାବି ହୋଇଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ଆର.ଆଇ, ଏଆରଆଇ, ଅମିନ ଏବଂ ଆଇସିଡିଏସ ପଦବୀ ପୁରଣ ପାଇଁ CBT ପରୀକ୍ଷା ହୋଇଥିଲା। ୫ ଲକ୍ଷ ୫୦ହଜାରରୁ ଉର୍ଦ୍ଧ୍ବ ଆଶାୟୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିଲେ। ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ଟି ସେଣ୍ଟରରେ ପରୀକ୍ଷା କରାଯିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସିବିଟି କେନ୍ଦ୍ରରେ ପରୀକ୍ଷା ବିଭ୍ରାଟ ସାମ୍ନାକୁ ଆସିଥିଲା। ସେବେଠାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ପରିଚାଳନା ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ରାସ୍ତାକୁ ଓହ୍ଲାଇ
ଭୁବନେଶ୍ବର: ଆନ୍ଦୋଳନରୁ ହଟିଲେ ଆର. ଆଇ, ଅମୀନ ପରୀକ୍ଷାର୍ଥୀ। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି। ମଙ୍ଗଳବାର ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବ।
ସୂଚନାଥାଉକି, RI, ARI, ଅମିନ, ICDS ପରୀକ୍ଷା ଆଦି ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣିବା ସହ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ କରୁଥିଲେ ପରୀକ୍ଷାର୍ଥୀ। ଏମିତିକି OSSSC ବିରୋଧରେ ଏକାଠି ହୋଇ ଭୁବନେଶ୍ବର ଲୋୟର ପିଏମ୍ଜି ଠାରେ ବିକ୍ଷୋଭ କରିଥିଲା ହଜାର ହଜାର ପରୀକ୍ଷାର୍ଥୀ I
ପରୀକ୍ଷା ବାତିଲ ସହ ପୁନର୍ବାର ପରୀକ୍ଷା ଦାବି କରିଥିଲେ କରିଥିଲେ ପରୀକ୍ଷାର୍ଥୀ। ଆହୁରି ମଧ୍ୟ ଏହି ଦୁର୍ନୀତି ପଛରେ କିଏ ରହିଛି ? ତା’ର ତଦନ୍ତ ପାଇଁ ମଧ୍ୟ ଦାବି ହୋଇଥିଲା।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ଆର.ଆଇ, ଏଆରଆଇ, ଅମିନ ଏବଂ ଆଇସିଡିଏସ ପଦବୀ ପୁରଣ ପାଇଁ CBT ପରୀକ୍ଷା ହୋଇଥିଲା। ୫ ଲକ୍ଷ ୫୦ହଜାରରୁ ଉର୍ଦ୍ଧ୍ବ ଆଶାୟୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିଲେ। ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ଟି ସେଣ୍ଟରରେ ପରୀକ୍ଷା କରାଯିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସିବିଟି କେନ୍ଦ୍ରରେ ପରୀକ୍ଷା ବିଭ୍ରାଟ ସାମ୍ନାକୁ ଆସିଥିଲା। ସେବେଠାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ପରିଚାଳନା ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ରାସ୍ତାକୁ ଓହ୍ଲାଇଛନ୍ତି।